“ପ୍ରଭାବ ପଡିବନି” ! ମାପିଚୁପି କହିଲେ ମୋଦି, ମାପିଚୁପି କହିଲା ବିଜେଡି ।

ପ୍ରଧାନମନ୍ତ୍ରୀ ଦେଇଥିବା ରାଜନୈତୀକ ଉଦଭୋଦନର କୌଣସି ପ୍ରଭାବ ଓଡିଶାର ଜନସାଧାରଣଙ୍କ ଉପରେ ପଡିବ ନାହିଁ ।

606
କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡଶା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଓଡିଶା ବାସିଙ୍କୁ ଅନେକ ସୁବିଦା ସୁଯୋଗ ଯୋଗାଇ ଦେବା ନେଇ ପ୍ରତିଶୃତି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ରାଜ୍ୟ ସରକାରଙ୍କୁ ଇଙ୍ଗିତ କରି କିଛି ପ୍ରଶ୍ନ ମଧ୍ୟ ପଚାରିଛନ୍ତି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।
ଏକ ରାଜନୈତିକ ରାଲିରେ ପ୍ରଧାନମନ୍ତ୍ରୀ ଦେଇଥିବା ଉଦବୋଧନ ଉପରେ ପ୍ରତିକ୍ରିୟା ରଖି ସସ୍ମିତ ପାତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ଦେଇଥିବା ରାଜନୈତିକ ଉଦବୋଧନର କୌଣସି ପ୍ରଭାବ ଓଡିଶାର ଜନସାଧାରଣଙ୍କ ଉପରେ ପଡିବ ନାହିଁ । ଓଡିଶାବାସି ପୂର୍ବରୁ ଯେଉଁବଳି ଭାବେ ରାଜ୍ୟ ସରକାରଙ୍କୁ ସମର୍ଥନ କରୁଥିଲେ ଭବିଷ୍ୟତରେ ମଧ୍ୟ ଠିକ ସେହି ଭଳି ସମର୍ଥନ କରିବେ । ଏବଂ ରାଜ୍ୟ ସରକାର ଯେଉଁଭଳି ଭାବେ ଓଡିଶା ବାସିଙ୍କ ସେବା କରି ଆସୁଛନ୍ତି ଆଗକୁ ମଧ୍ୟ ଠିକ ସେହିପରି ରାଜ୍ୟବାସିଙ୍କ ହିତ ପାଇଁ କାର୍ଯ୍ୟ କରିବେ ।