ମହାରଥୀଙ୍କୁ ପୁରସ୍କାର ହେଲେ ଧର୍ମେନ୍ଦ୍ର କଲେ ତିରସ୍କାର !

31

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ବିଭିନ୍ନ ଗ୍ରାମୀଣ ବିକାଶ ଯୋଜନାକୁ ଓଡିଶାରେ ସଫଳ ରୂପାୟନ ଦେଇଥିବାରୁ ପଂଚାୟତିରାଜ ବିଭାଗକୁ କେନ୍ଦ୍ର ସରକାର ସମ୍ମାନିତ କରିଛନ୍ତି । ଗୋଟାଏ ନୁହେଁ ତିନି ତିନୋଟି ବିଭାଗରେ ପୁରସ୍କାର ମିଳିଛି ପଂଚାୟତିରାଜ ବିଭାଗକୁ । ଏହା ସତ୍ୱେ, କିପରି କେନ୍ଦ୍ର ମନ୍ତ୍ରୀ ରାମକ୍ରିପାଲ ଯାଦବ ଓଡିଶାର ବିକାଶ ଉପରେ ଆଙ୍ଗୁଳି ଉଠାଇଲେ, ପ୍ରଶ୍ନ କରିଛନ୍ତି ପଂଚାୟତିରାଜ ମନ୍ତ୍ରୀ ।

ଗ୍ରାମୀଣ ଗୃହ ନିର୍ମାଶ ବିକାଶ ଯୋଜନା- ପ୍ରଥମ ସ୍ଥାନ

ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା- ପ୍ରଥମ ସ୍ଥାନ

ଦିନଦୟାଲ ଅନ୍ତୋଦୟ ଜାତୀୟ ଗ୍ରାମୀଣ ଜୀବିକା ମିଶନ- ପ୍ରଥମ ସ୍ଥାନ

କେନ୍ଦ୍ର ସରକାର ଦ୍ୱାରା ଓଡିଶା ପଂଚାୟତିରାଜ ବିଭାଗକୁ ମିଳିଛି ଏହି ତିନୋଟି ପୁରସ୍କାର । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମ୍ବଲପୁର, ମୟୁରଭଂଜ, ବଲାଙ୍ଗୀର, ସୁନ୍ଦରଗଡ, ଗଞ୍ଜାମ ଓ ବାଲେଶ୍ୱରକୁ ମଧ୍ୟ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପୁରସ୍କୃତ କରିଛି । ସେହିପରି ମନରେଗା ଯୋଜନାର ସଫଳତା ପାଇଁ କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାକୁ ମିଳିଛି ସମ୍ମାନ ।

ଗୋଟାଏ ପଟେ କେନ୍ଦ୍ର କହୁଛି କମା କରୁ ନାହିଁ ବିଜେଡି ସରକାର । ଅନ୍ୟ ପଟେ ଓଡିଶାକୁ ଦେଉଛନ୍ତି ପୁରସ୍କାର!