ମାକ୍ସୱେଲ୍- ଡିଭିଲିୟର୍ସ ଝଡରେ କେକେଆର୍ ଧରାଶାୟୀ । ୩୮ ରନରେ ମ୍ୟାଚ୍ ଜିତିଲା ବାଙ୍ଗାଲୋର ।

97

କନକ ବ୍ୟୁରୋ: ଆରସିବିର ଧୂଆଁଧାର ବ୍ୟାଟିଂରେ ଆଜି ଧରାଶାୟୀ ହୋଇଛି କେକେଆର୍ । ଦଳ ଦ୍ୱିତୀୟ ଇଂନିସରେ ମାତ୍ର ୧୬୬ ରନ୍ କରି ପରାଜୟ ବରଣ କରିଛି । ଦଳକୁ ବିଜୟ ପାଇଁ ୨୦୫ ରନ୍ ଆବଶ୍ୟକ ହେଉଥିଲେ ହେଁ ଦଳ ବିଜୟଠାରୁ ୩୮ ରନ ପଛରେ ପଡିଯାଇଛି ।

ଆଜି ଟସ ଜିତି ବିରାଟ କୋହଲି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ଦଳ ଲଗାତାର ୱିକେଟ୍ ହରାଇଥିଲା । ୯ ରନରେ ଦଳ କୋହଲି ଓ ରଜତ ପଟିଦାରଙ୍କ ଓି୍ୱିକେଟ ହରାଇ ସଙ୍କଟରେ ପଡିଯାଇଥିଲା । ଏହି ସମୟରେ ଦେବଦତ୍ତ ପଡିକଲ ଓ ମ୍ୟାକ୍ସୱେଲ ମିଶି ଦଳର ସ୍କୋରକୁ ଆଗକୁ ବଢାଇଥିଲେ । ଶେଷ ଆଡକୁ ଡିଭିଲିୟର୍ସ ଓ ମ୍ୟାକ୍ସୱେଲ ଧୂଆଁଧାର ବ୍ୟାଟିଂ କରିବା ସହିତ ଦଳର ସ୍କୋରକୁ ୨ ଶହ ପାର୍ କରାଇଥିଲେ । ଦଳ ୨୦ ଓଭରରେ ମୋଟ ୨୦୪ ରନ କରିଥିଲା । କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଦୁଇଟି ସଫଳତା ପାଇଥିଲେ ।

ଏହାପରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା କେକେଆର୍ ଭଲ ଆରମ୍ଭ କରିଥିଲେ ବି ବିଜୟଠାରୁ ପଛରେ ପଡିଯାଇଛି । ନୀତିଶ ରାଣା, ଗିଲ୍, ତ୍ରିପାଠୀ ଓ ମୋର୍ଗାନ ଭଲ ଆରମ୍ଭ କରିଥିଲେ ବି ଆଜି ବଡ ସ୍କୋର କରିପାରିନଥିଲେ । ପଳରେ ଦଳ ବିଜୟଠାରୁ ୩୮ ରନ ପଛରେ ରହିଯାଇଥିଲା ।