ଆଜି ରାତିରୁ ୫ଶହ ଓ ୨ ହଜାର ଟଙ୍କାର ନୂଆ ନୋଟ୍ ଜାରି ହେବ : ଆରବିଆଇ

111

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବଶୀଘ୍ର ନୂଆ ୫ଶହ ଓ ୨ ହଜାର ଟଙ୍କାର ନୋଟ ପ୍ରଚଳନ କରିବ । ଏହି ନୋଟ ଗୁଡିକ ବଜାରରେ ପ୍ରଚଳିତ ହେଉଥିବା ନୋଟ ଠାରୁ ଦେଖିବାକୁ ଭିନ୍ନ । ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଆରବିଆଇ ସାମ୍ବାଦିକ ସମ୍ମିଳନୀ କରି ଦୁଇ ନୂଆ ନୋଟକୁ ଗଣମାଧ୍ୟମକୁ ଦେଖାଇଛି ।

୫ଶହ ଟଙ୍କିଆରେ ଗୋଟିଏ ପଟୋ ଗାନ୍ଧୀଙ୍କ ଚିତ୍ର ଥିବା ବେଳେ ଆରପଟରେ ରହିଛି ଲାଲକିଲ୍ଲା । ସେହିପରି ୨ହଜାର ଟଙ୍କିଆ ନୋଟରେ ଗୋଟିଏ ପଟେ ଗାନ୍ଧୀଙ୍କ ମୁହଁ ଓ ଆରପଟେ ମଙ୍ଗଳଯାନର ଚିତ୍ର ରହିଛି । ତେବେ କମ ପରିମାଣର ନୋଟ ବଜାରକୁ ଛାଡିବାକୁ ଆରବିଆଇ ନିଷ୍ପତି ନେଇଛି ।

ସେପଟେ ୯ ଓ ୧୦ ତାରିଖରେ ସମସ୍ତ ଏଟିଏମ୍ ସେବା ବନ୍ଦ ରହିବ  । ତେଣୁ ସବୁ ଏଟିଏମରେ ଏନେଇ ଭିଡ ଦେଖିବାକୁ ମିଳିଛି  ।

ଏହା ସହ ଦେଖନ୍ତୁ ଆଜି ମଧ୍ୟରାତ୍ରିରୁ ୫ ଶହ ଓ ୧ ହଜାର ଟଙ୍କିିଆ ପୁରୁଣା ନୋଟ୍ ବନ୍ଦ : ଜାଲ୍ ନୋଟ୍ କାରବାର ରୋକିବାକୁ ସରକାରଙ୍କ ବଡ ପଦକ୍ଷେପ