ଆଇପିଏଲରୁ ଜାଡେଜା ବାଦ । ଆହତ ସମସ୍ୟା ନେଇ ବାଦ ପଡିଲେ ଜାଡେଜା ।

204

କନକ ବ୍ୟୁରୋ : ଚଳିତ ଆଇପିଏଲରୁ ବାଦ ପଡିଲେ ରବୀନ୍ଦ୍ର ଜାଡେଜା । ଏନେଇ ଚେନ୍ନାଇ ସୁପରକିଙ୍ଗସ ଦଳ ପକ୍ଷରୁ ଟ୍ୱିଟ କରି ସୂଚନା ଦେଇଛି । ବୁଧବାର ସନ୍ଧ୍ୟାରେ ଦଳ ପକ୍ଷରୁ ଜାରି ହୋଇଥିବା ଟ୍ୱିଟରେ କୁହାଯାଇଛି ଯେ, ଆହତ ସମସ୍ୟା ପାଇଁ ଅବଶିଷ୍ଟ ଆଇପିଏଲ ମ୍ୟାଚରୁ ବାଦ ଦିଆଯାଉଛି । ଟିମ୍ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି । ଆରସିବି ବିରୋଧରେ ଖେଳାଯାଉଥିବା ମ୍ୟାଚରେ ଜାଡେଜା ଆହାତ ହୋଇଥିଲେ । ଏହା ପରଠାରୁ ସେ ଆଉ ମ୍ୟାଚ ଖେଳିନଥିଲେ ।

ଜାଡେଜାଙ୍କୁ ନେଇ ଲଗାତର ଦୁଇ ଦିନ ହେବ ଅନେକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । କୁହାଯାଉଥିଲା ଚେନ୍ନାଇ ସୁପରକିଙ୍ଗସରେ ସବୁକିଛି ଠିକ୍ ଚାଲି ନାହିଁ । ଚେନ୍ନାଇ ଦଳ ଇନଷ୍ଟାଗ୍ରାମରେ ଜାଡେଜାଙ୍କୁ ଅନଫଲୋ କରିଥିଲା । ଏହାକୁ ନେଇ ଅନେକ ଖବର ପ୍ରକାଶ ପରେ ବୁଧବାର ସନ୍ଧ୍ୟାରେ ଦଳୀୟ ମ୍ୟାନେଜମେଣ୍ଟ ଟ୍ୱିଟ କରି ଏନେଇ ସୂଚନା ଦେଇଛି । ୨୦୨୨ ଆଇପିଏଲ ସେସନରେ ଚେନ୍ନାଇ ଜାଡେଜାଙ୍କ ନେତୃତ୍ୱରେ ଖେଳିଥିଲା । ତେବେ ଦଳର ଖରାପ ପ୍ରଦର୍ଶନ ଜାରି ରହିଥିଲା । ସିଜନ ଅଧାରୁ ତାଙ୍କୁ କ୍ୟାପଟେନସିରୁ ବାଦ ଦିଆଯାଇ ଧୋନିଙ୍କୁ ପୁଣି ଦାୟିତ୍ୱ ଦିଆଯାଇଥିଲା । ୮ଟି ମ୍ୟାଚରୁ ୬ଟି ପରାସ୍ତ ହୋଇଥିଲା ।