ରେଭେନ୍ସା ଛାତ୍ରଙ୍କୁ ରାଗିଂ ମାମଲା ! ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ମୁଖ୍ୟ ଅଭିଯୁକ୍ତ

46

କନକ ବ୍ୟୁରୋ: ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କୁ ରାଗିଂ ଘଟଣା । ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଘଟଣାର ମୁଖ୍ୟ ଅଭିଯୁକ୍ତ ଶୁଭ୍ରଜିତ୍ ରାୟ । ହଷ୍ଟେଲ ପରିସରରେ ଛାତ୍ରଙ୍କୁ ଆଣ୍ଠେଇ ଗୋଇଠା ମାରିବା ଭିଡିଓ ଭାଇରାଲ ହେବା ପରେ ଶୁଭ୍ରଜିତ୍ ଫେରାର ଅଛନ୍ତି ।

ଏହି ଭିଡିଓ ଭାଇରାଲ ହେବା ପରେ ଘଟଣାର ତନାଘନା ଆରମ୍ଭ ହୋଇଛି । ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ମାଡ଼ ଖାଇଥିବା ଛାତ୍ର ବିଶ୍ୱଜିତଙ୍କ ମା’ ରେଭେନ୍ସା କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –