ଅନୁପମ ପଟ୍ଟନାୟକଙ୍କ ନୂଆ ଓଡ଼ିଆ ସିନେମା ‘ରାତି ସରି ସରି ଯାଉଛି’ର ପୋଷ୍ଟର୍ ରିଲିଜ୍ । ଖୁବଶୀଘ୍ର ‘ମଞ୍ଜରୀ’ ଟିଭିରେ ହେବ ପ୍ରିମିୟର ।

402

କନକ ବ୍ୟୁରୋ: ମଞ୍ଜରୀ ମୁଭିଜ୍ ଏବଂ ଅମୀୟ ପଟ୍ଟନାୟକ ପ୍ରଡକସନ୍ସର ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ନୂଆ ଓଡ଼ିଆ ସିନେମା ‘ରାତି ସରି ସରି ଯାଉଛି’ର ପୋଷ୍ଟର୍ ରିଲିଜ୍ ହୋଇଛି। ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଅନୁପମ ପଟ୍ଟନାୟକ। ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା। ମାନସ ପଢ଼ିହାରୀ ଏହାର କାହାଣୀ ଓ ସଂଳାପ ଲେଖିଛନ୍ତି । ଶ୍ରୀକାନ୍ତ ପଣ୍ଡା ସଙ୍ଗୀତକାର ଏବଂ ସ୍ଥିତ ପଟ୍ଟନାୟକ, ରାକେଶ ଦାସ ଓ ପରଂବ୍ରହ୍ମ ଗୀତ ରଚନା କରିଛନ୍ତି। ଏଥିରେ ମୋଟ୍ ୫ଟି ଗୀତ ରହିଛି। ଦୀପକ କୁମାର ‘ରାତି ସରିସରି ଯାଉଛି’ର ସିନେମାଟୋଗ୍ରାଫର୍।ଏହି ସିନେମାରେ ନାୟକ ରାଜ୍ ରାଜେଶ ପ୍ରଥମ ଥର ଲାଗି ଓଲିଉଡର ଜଣାଶୁଣା ନାୟିକା ରୀୟା ଦେଙ୍କ ସହ ନଜର ଆସିବେ। ‘ରାତି ସରିସରି ଯାଉଛି’ରେ ରାଜ୍ ରାଜେଶ ଓ ରୀୟା ଦେଙ୍କ ବ୍ୟତୀତ ରାଇମୋହନ, ଜୀବନ ପଣ୍ଡା, ନିବି, ଅନିନ୍ଦ୍ୟ, ଶିଶୁ କଳାକାର ସଂପର୍କ ଓ ସୁକାନ୍ତ ରଥଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ଏହା ଏକ ପ୍ରେମକାହାଣୀ ଉପରେ ପର୍ଯ୍ୟବେସିତ ସିନେମା। ଏହାର କାହାଣୀ ନବେ ଦଶକର ଏକ ଘଟଣା ଉପରେ ଆଧାରିତ। ଫିଲ୍ମଟି ଦେଖିବା ବେଳେ ଦର୍ଶକ ନବେ ଦଶକର ଝଲକ ଦେଖିବାକୁ ପାଇବେ। ଫିଲ୍ମର ସମସ୍ତ କାମ ସରିଛି, କେବଳ ମୁକ୍ତିଲାଭକୁ ଅପେକ୍ଷା। ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ ଫିଲ୍ମଟି ଖୁବ୍ ଶୀଘ୍ର ମଞ୍ଜରୀ ଟିଭିରେ ପ୍ରିମିୟର ହେବ।