ରଥଯାତ୍ରା ଲାଇଭ ୨୦୨୨

ରଥଯାତ୍ରା

ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପାଳିତ ସମସ୍ତ ପର୍ବ, ଯାନିଯାତ୍ରା, ଉତ୍ସବ ମଧ୍ୟରେ ଶ୍ରୀଜୀଉମାନଙ୍କରଥଯାତ୍ରା ପ୍ରଧାନ ଓ ମୁଖ୍ୟ ଉତ୍ସବ।ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟାଠାରୁ ଦଶମୀ ତିଥି ପର୍ଯ୍ୟନ୍ତ ନବଦିନବ୍ୟାପି ଏ ଯାତ୍ରା ମହାସମାରୋହରେ ପାଳିତ ହୋଇଥାଏ।ବର୍ଷକରେ ଏହି ଦିନ ଲକ୍ଷାଧିକ ଭକ୍ତ ତଥାଦର୍ଶନାର୍ଥୀ ଏହି ମହୋତ୍ସବରେ ସଂଶ୍ଳିଷ୍ଟ ହୋଇଥାନ୍ତି।

ଶ୍ରୀମନ୍ଦିରରେ ଅନୁଷ୍ଠିତ ଦ୍ୱାଦଶ ଯାତ୍ରା ମଧ୍ୟରେ ରଥଯାତ୍ରା ଅନ୍ୟତମ। କେଉଁ ପ୍ରାଚୀନ ସମୟରୁ ଏହି ରଥଯାତ୍ରା ପୁରୁଷୋତ୍ତମ କ୍ଷେତ୍ରରେ ପାଳିତ ହେଉଛି, ତାହାର ସଠିକ ସମୟ ଅଦ୍ୟାବଧି ନିରୂପଣ ହୋଇ ପାରିନାହିଁ। ଯୁଗେ ଯୁଗେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଜଗତ ବିଖ୍ୟାତ ହୋଇଛି। ପୌରାଣିକ ମତାନୁଯାୟୀ ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀଜୀଉମାନଙ୍କ ନିମିତ୍ତ ସୁଦୃଶ୍ୟ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଇତ୍ୟାଦି କାର୍ୟ୍ୟ ପରାଣ ଯୁଗର ମହାରାଜା ଇନ୍ଦ୍ରଦ୍ୟୁମ୍ନ କରିଥିଲେ। ତାଙ୍କର ରାଣୀଙ୍କ ନାମ ଥିଲା ଗୁଣ୍ଡିଚା ଦେବୀ। ରାଣୀ ଗୁଣ୍ଡିଚାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ରଥଯାତ୍ରାର ପ୍ରଚଳନ ବୋଲି ଗୋଟିଏ ମତ ରହିଅଛି।

ଗୁଣ୍ଡିଚା ଯାତ୍ରା ସମ୍ପର୍କରେ ଆଉ ଏକ ମତ ହେଲା, ‘‘ଗୁଡ଼ିସା’’ ଅର୍ଥ କାଠ। ଶ୍ରୀଜୀଉମାନଙ୍କ ବିଗ୍ରହ ଦାରୁ ବା କାଷ୍ଠରେ ନିର୍ମିତ। ଏହି ଯାତ୍ରା ‘କାଠ ଦିଅଁ’ଙ୍କର ହୋଇଥିବାରୁ ଗୁଡ଼ିସା ଯାତ୍ରାରୁ କାଳକ୍ରମେ ‘ଗୁଣ୍ଡିଚା ଯାତ୍ରା’ ନାମରେ କଥିତ ହୋଇଛି।

ରଥଯାତ୍ରା କାର୍ଯ୍ୟସୂଚୀ

ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସବିଶେଷରେ ଜାଣନ୍ତୁ

ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପାଳିତ ସମସ୍ତ ପର୍ବ, ଯାନିଯାତ୍ରା, ଉତ୍ସବ ମଧ୍ୟରେ ଶ୍ରୀଜୀଉମାନଙ୍କରଥଯାତ୍ରା ପ୍ରଧାନ ଓ ମୁଖ୍ୟ ଉତ୍ସବ।ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟାଠାରୁ ଦଶମୀ ତିଥି ପର୍ୟ୍ୟନ୍ତ ନବଦିନବ୍ୟାପି ଏ ଯାତ୍ରା ମହାସମାରୋହରେ ପାଳିତ ହୋଇଥାଏ।ବର୍ଷକରେ ଏହି ଦିନ ଲକ୍ଷାଧିକ ଭକ୍ତ ତଥାଦର୍ଶନାର୍ଥୀ ଏହି ମହୋତ୍ସବରେ ସଂଶ୍ଳିଷ୍ଟ ହୋଇଥାନ୍ତି। ସବିଶେଷରେ ଜାଣନ୍ତୁ

ରଥଯାତ୍ରା ପରେ ଆଷାଢ଼ ଶୁକ୍ଳପକ୍ଷ ଦଶମୀକୁ ବାହୁଡ଼ା ଦଶମୀ ବୋଲି ମଧ୍ୟ କୁହାଯାଏ । ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥରେ ଗୁଣ୍ଡିଚା ଘରୁ ପୁଣିଥରେ ବଡ଼ ଦେଉଳକୁ ଫେରନ୍ତି, ଏହି ଫେରନ୍ତା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ । ଶ୍ରୀଜିଉମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡା ବା ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ। ସବିଶେଷରେ ଜାଣନ୍ତୁ

ବାହୁଡ଼ା ଯାତ୍ରା ପରଦିନ ଅର୍ଥାତ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିର ସିଂହ ଦ୍ବାରରେ ଥିବା ରଥ ଉପରେ ମହାପ୍ରଭୁ ସୁନା ବେଶରେ ସଜ୍ଜିତ ହୋଇଥାନ୍ତି। ଭରଣ ଭରଣ ସୁନାରେ ମହାପ୍ରଭୁଙ୍କ ବେଶ ଚିତାକର୍ଷକ ହୋଇ ଥିବାବେଳେ ଏହି ବେଶ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀକ୍ଷେତ୍ର ଆସିଥାନ୍ତି। ସବିଶେଷରେ ଜାଣନ୍ତୁ

ଅଧର ପଣା ନୀତିରେ ମହାପ୍ରଭୁଙ୍କ ଓଠ ଉଚ୍ଚର ବା ରଙ୍ଗା ଅଧର ସ୍ଵତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ସ୍ବତନ୍ତ୍ର ପଣା ଭୋଗ ହେଉଥିବା ହେତୁ ଏହି ନୀତିକୁ ଅଧର ପଣା ନୀତି କୁହାଯାଏ । ତେବେ ଜାଣନ୍ତୁ କ’ଣ ରହିଛି ଏହାର ମାହାତ୍ମ୍ୟ… ସବିଶେଷରେ ଜାଣନ୍ତୁ

ନିଳାଦ୍ରୀ ବିଜେ ସମୟରେ ଆଗରେ ବଡ ଠାକୁର ବଳଭଦ୍ର , ମା’ ସୁଭଦ୍ରା ଓ ସୁଦର୍ଶନ ମହାପ୍ରଭୁ ବିଜେ କରିବା ପରେ ସିଂହଦ୍ୱାର ଫାଟକ ପଡିଯାଏ । କାରଣ ଏତେ ଦିନ ଭାଇ ଭଉଣୀଙ୍କ ସହ ଯାତ୍ରାରେ ଯାଇଥିବାରୁ ଏବଂ ସାଙ୍ଗରେ ପତ୍ନୀଙ୍କୁ ନେଇନବାରୁ ଅଭିମାନ କରିଥାନ୍ତି ମା’ ମହାଲକ୍ଷ୍ମୀ । ସବିଶେଷରେ ଜାଣନ୍ତୁ

ରଥଯାତ୍ରା ଖବର