ସରିଲା ରଥଯାତ୍ରା, ପୁରୀରୁ ହଟିଲା କଟକଣା : ଏବେ ଶ୍ରୀମନ୍ଦିର ଆଗରେ ଶ୍ରଦ୍ଧାଳୁଙ୍କ ଭିଡ

88

କନକ ବ୍ୟୁରୋ : ସରିଲା ମହାପ୍ରଭୁଙ୍କ ରଥ ଯାତ୍ରା , ହଟିଗଲା କର୍ଫ୍ୟୁ । ପୁରୀରେ ରଥ ଯାତ୍ରାକୁ ନେଇ ଲାଗୁ ହୋଇଥିବା ସମସ୍ତ କଟକଣା ହଟିଗଲା । କଟକଣା ହଟିବା ପରେ ଏବେ ସିଂହଦ୍ୱାର ସମ୍ମୁଖରେ ଦେଖିବାକୁ ମିଳୁଛି ଭକ୍ତଙ୍କ ଗହଳି । ପତିତପାବନଙ୍କ ଦର୍ଶନ କରି ଆଶିଷ ପାଇବାକୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି ।

ସେପଟେ ତିନିରଥରୁ ଖୋଲାଯାଇଛି ସାରଥୀ ଓ ଘୋଡା , ଚାରମାଳ । ମହାପ୍ରଭୁ ନିଳାଦ୍ରିବିଜେ କରିବା ପରେ ଆଜି ବାହାରିବ ନିଳାଦ୍ରି ଅବଢା । ଭକ୍ତମାନଙ୍କୁ କିପରି ସୁବ୍ୟବସ୍ଥିତ ଭାବରେ ନିଳାଦ୍ରି ଅବଢା ମିଳିପାରିବ ସେନେଇ ମଧ୍ୟ ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ । କେବଳ ଉତର ଦ୍ୱାର ଦେଇ ଟୋକନ ଜରିଆରେ ଭକ୍ତ ମାନେ ନିଳାଦ୍ରି ଅବଢା ପାଇପାରିବେ ।