ପରଲୋକରେ ରସନା ଫାଉଣ୍ଡର , ୮୫ ବର୍ଷରେ ନିଧନ

216

କନକ ବ୍ୟୁରୋ: ମୃଦୁ ପାନୀୟ ରସନାର ଫାଉଣ୍ଡର ଅରୀଜ ପିରୋଜଶା ଖଂବାଟାଙ୍କର ୮୫ ବର୍ଷ ବୟସରେ ପରଲୋକ ହୋଇଛି । ଭାରତୀୟ ଉଦ୍ୟୋଗ , ବ୍ୟବସାୟ ଓ ସମାଜ ସେବା କ୍ଷେତ୍ରରେ ତାଙ୍କର ଯୋଗଦାନ ମହତ୍ୱପୂର୍ଣ୍ଣ ।

ଅରୀଜ ପିରୋଜଶା  ବେନେୱଲେଣ୍ଟ ଟ୍ରଷ୍ଟ ଓ ରସନା ପାଉଣ୍ଡେନର ଚେୟାରମ୍ୟାନ ଥିଲେ । ସେ ଅହମଦାବାଦ ପାର୍ସି ପଞ୍ଚାୟତର ପୂର୍ବତନ ଅଧ୍ୟକ୍ଷ ମଧ୍ୟ ଥିଲେ । ରସନା ଏବେ ସାରା ଦୁନିଆରେ ସବୁଠାରୁ ବଡ ସଫ୍ଟ ଡ୍ରିଙ୍କର ନିର୍ମାତା । ଏହାକୁ ପଖାପାଖି ୬୦ଟି ଦେଶକୁ ରପ୍ତାନୀ କରାଯାଉଛି । ୧୯୭୦ରେ ଆରମ୍ଭ ହୋଇଥିବା ରସନା କମ୍ପାନୀ ଏବେ ସାରା ଦୁନିଆରେ ନାଁ କରିଛି ଓ ଗ୍ରହଣୀୟ ହୋଇପାରିଛି ।