ଅଧୀରଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍? ଟୁଇଟ୍ କରି ପ୍ରଶ୍ନ କଲେ ବିଷ୍ଣୁ ସେଠୀ । ପଢନ୍ତୁ, କଣ କହିଲେ ମନ୍ତ୍ରୀ ସମୀର ଦାଶ…

250

କନକ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ଚୁପ୍? ଏ ନେଇ ଟୁଇଟ କରି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ମହାମହିମ ରାଷ୍ଟ୍ରପତିଙ୍କୁ ଓଡ଼ିଶାର ଗର୍ବ ଓ ନିଜର ଭଉଣୀ କହୁଛନ୍ତି, ହେଲେ ତାଙ୍କର ଅପମାନ ବେଳେ ମୁଖ୍ୟମନ୍ତ୍ରୀ କେମିତି ଚୁପ ରହିଛନ୍ତି ବୋଲି ବିଷ୍ଣୁ ସେଠୀ ପ୍ରଶ୍ନ କରିଛନ୍ତି । ବିଜେପି ବିଧାୟକ ମୋହନ ସେଠୀ ମଧ୍ୟ ସେହି କଥା ଦୋହରାଇଛନ୍ତି । ସେପଟେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଅଧୀର ରଞ୍ଜନଙ୍କ ମନ୍ତବ୍ୟକୁ ବିଜେଡି ବିରୋଧ କରିଛି । ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ କିପରି ଭାବେ ସମର୍ଥନ ଦେଇଛନ୍ତି, ତାହା ସମସ୍ତେ ଜାଣିଛନ୍ତି ବୋଲି ସେ କହିଛନ୍ତି ।