ଟିମ୍ ଇଣ୍ଡିଆର ଭୁଲ୍ ଯୋଗୁ ମ୍ୟାଚ୍ ଜିତିବ ପାକିସ୍ତାନ । ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ବଡ ବୟାନ ଦେଲେ ଏହି ପୂର୍ବତନ ପାକିସ୍ତାନୀ ଅଧିନାୟକ…

465

କ୍ରିକେଟ୍ ଫ୍ୟାନ୍ସ ପୁଣି ଦେଖିବେ ଏକ ରୋମାଞ୍ଚକର ମ୍ୟାଚ୍ । ଆସନ୍ତା ଅଗଷ୍ଟ ୨୮ ତାରିଖରେ ଭାରତ-ପାକିସ୍ତାନ କ୍ରିକେଟ୍ ପଡିଆ ଭିତରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଏସିଆ କପ ଟୁର୍ଣ୍ଣାମେଣ୍ଟରେ ଏହି ଦୁଇ ଦଳ ମୁହାଁମୁହିଁ ହେବେ । ତେବେ ଏହାରି ଭିତରେ ଏହି ମ୍ୟାଚକୁ ନେଇ ବଡ ବୟାନ ରଖିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ।

ପାକିସ୍ତାନ ଟିମର ପୂର୍ବତନ ଅଧିନାୟକ ରଶିଦ ଲତୀଫ ଏହି ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଗତଥର ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଭାରତୀୟ ଟିମର ଭୁଲ କାରଣରୁ ପାକିସ୍ତାନ ବିଜୟୀ ହୋଇଥିଲା । ଆଉ ଏଥର ଏସିଆ କପରେ ମଧ୍ୟ ସେହି ଭାରତୀୟ ଟିମର ଭୁଲ ଯୋଗୁ ପାକିସ୍ତାନ ଦଳ ବିଜୟୀ ହେବ ବୋଲି ସେ କହିଛନ୍ତି ।

ଏକ ୟୁଟ୍ୟୁବ୍ ଚ୍ୟାନେଲକୁ ଇଣ୍ଟରଭ୍ୟୁ ଦେଇ ଲତୀଫ କହିଛନ୍ତି, ହାର୍ ଜିତ୍ ଯାହା ବି ହେଉ, ହେଲେ ରଣନୀତି ମାମଲାରେ ପାକିସ୍ତାନ ଟିମ ମଜଭୁତ୍ ଦେଖାଯାଉଛି । ଗୋଟିଏ ବର୍ଷ ଭିତରେ ଟିମ୍ ଇଣ୍ଡିଆ ୭ ଜଣ କ୍ୟାପଟେନ୍ ବଦଳେଇ ଥିବାବେଳେ, ଟିମ୍ ବନେଇବା ଏବେ ତାଙ୍କ ପାଇଁ ମୁସ୍କିଲ ହୋଇଯିବ । ମ୍ୟାଚ୍ ପାଇଁ ଚୂଡାନ୍ତ ଏକାଦଶ ଚୟନ କରିବାରେ ଟିମ୍ ଇଣ୍ଡିଆ ଅସୁବିଧାର ସମ୍ମୁଖୀନ ହେବ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବଥର ପାକିସ୍ତାନ ଜିତିଥିଲା, ଯାହାକି ଭାରତୀୟ ଟିମର ଭୁଲ ଯୋଗୁ ସମ୍ଭବ ହୋଇଥିଲା । ଆଉ ଏଥର ମଧ୍ୟ ଠିକ୍ ସେମିତି ହେବ । ଭାରତୀୟ ଟିମର ଭୁଲ କାରଣରୁ ପାକିସ୍ତାନ ଏସିଆ କପରେ ଇଣ୍ଡିଆଠାରୁ ଜିତିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ଅଗଷ୍ଟ ୨୭ ତାରିଖରୁ ଏସିଆକପ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି । ଏହାର ଗୋଟିଏ ଦିନ ପରେ ଅର୍ଥାତ ୨୮ ତାରିଖରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ଏହାପରେ ପୁଣିଥରେ ବିଶ୍ୱକପରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ ।