କନକ ବ୍ୟୁରୋ: ସେଲ୍ଫି ନେଲା ଆଦିତ୍ୟ ଏଲ୧ । ସୂର୍ଯ୍ୟ ମିଶନରେ ଥିବା ସାଟେଲାଇଟ୍ ଆଦିତ୍ୟ ଏଲ୧ ପୃଥିବୀ ଏବଂ ଚନ୍ଦ୍ର ସହ ସେଲ୍ଫି ଉଠାଇଛି । ଆଦିତ୍ୟ ଏଲ୧ ରେ ଖଞ୍ଜା ଯାଇଥିବା କ୍ୟାମେରାରେ ସେଲ୍ଫି ନେଇଛି । ଏନେଇ ଇସ୍ରୋ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଫଟୋରେ ଉଭୟ ପୃଥୀବି ଏବଂ ଚନ୍ଦ୍ର ଦୃଶ୍ୟମାନ ହୋଇଛନ୍ତି । କିନ୍ତୁ ଫଟୋରେ ଚନ୍ଦ୍ର ତୁଳନାରେ ପୃଥୀବି ବହୁତ ବଡ଼ ଦେଖାଯାଛି । ଫଟୋରେ ସାଟେଲାଇଟ୍ ଆଦିତ୍ୟ ଏଲ୧ର କିଛି ଅଂଶ ମଧ୍ୟ ଦୃଶ୍ୟମାନ ହୋଇଛି । ଏହି ଫଟୋ ସେପ୍ଟେମ୍ବର ୪ ତାରିଖରେ ଉଠାଯାଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment