ମହାକାଶରେ ଆଜିି ବିରଳ ମହାଜାଗତିକ ଦୃଶ୍ୟ ! ଦେଖାଯିବ ରକ୍ତ-ନୀଳ ଜହ୍ନ । ଜାଣନ୍ତୁ କଣ କଣ ସତର୍କତା ପାଳନ କରିବା ଦରକାର

173

କନକ ବ୍ୟୁରୋ: ଆଜି ପୂର୍ଣ୍ଣିମାରେ ଲାଗିବ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ । ସଂଧ୍ୟା ୫ଟା ୧୮ରେ ଚନ୍ଦ୍ର ଗ୍ରହଣ ହେଉଥିବା ବେଳେ ଏହା ଶେଷ ହେବ ରାତି ୮ଟା ୪୦ ମିନିଟରେ । ଏହି ମହାଜାଗତିକ ସାରା ଭାରତରେ ଦୃଶ୍ୟମାନ ହେବ । ଅନ୍ୟପଟେ ଏହି ଗ୍ରହଣ ଆଉ ଅନେକ କାରଣରୁ ବି ନିଆରା । ଏହି ପୂର୍ଣ୍ଣମୀ ଜହ୍ନକୁ ବିଜ୍ଞାନୀମାନେ ନାଁ ଦେଇଛନ୍ତି, “ନୀଳ-ଲୋହିତ ସୁପରମୁନ୍” ।

ଏବେ ନଜର ପକାନ୍ତୁ ଆଜି ସନ୍ଧ୍ୟାରେ ଦେଖାଯିବାକୁ ଥିବା ଚନ୍ଦ୍ରଗ୍ରହଣର ଖାସ କଥା ଉପରେ . . .

୨୦୧୮ର ପ୍ରଥମ ଗ୍ରହଣ ହେବ ଏହି ବିରଳ ଚନ୍ଦ୍ରଗ୍ରହଣ । ପୂର୍ବ ଆକାଶରେ ପୂର୍ଣ୍ଣ ଚନ୍ଦ୍ର ଦେଖାଯିବ । ଦେଶ ଓ ତଥା ଓଡିଶାରେ ଚନ୍ଦ୍ରଟି ମିଳିତ ଲାଲ ରଙ୍ଗର ଦେଖିବାକୁ ମିଳିବ । ଚନ୍ଦ୍ର ପୃଥିବୀର ଉପଛାୟାରେ ଅପରାହ୍ନ ୪ଟା ୨୧ ମିନିଟରେ ପ୍ରବେଶ କରିବ ଓ ରାତି ୯ଟା ୩୮ ମିନିଟରେ ଉପଛାୟାରୁ ସମୂର୍ଣ୍ଣ ବାହାରିଯିବ । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ୬ଟା ୨୧ ମିନିଟରୁ ୭ଟା ୩୭ ମଧ୍ୟରେ ଦେଖାଯିବ । ଭାରତ ଓ ଓଡିଶାରେ ଏହି ଗ୍ରହଣ ଦୃଶ୍ୟମାନ ହେବ । ଜ୍ୟୋତିଷଙ୍କ ମତ ଅନୁସାରେ, ଗ୍ରହଣ କର୍କଟ ରାଶି ଓ ଅଶ୍ଳେଷା ନକ୍ଷତ୍ରରେ ହେବ । ଚନ୍ଦ୍ରଗ୍ରହଣ ସମୟରେ ଦେବାନୀତିକୁ ନିଷେଧ କରାଯାଇଛି । ଏହି ସମୟରେ ଜପଧ୍ୟାନ ଓ ସାଧାନା କରିବା ଫଳପ୍ରଦ ବୋଲି କୁହାଯାଇଛି । ଏଭଳି ମହାଜାଗତିକ ଦୃଶ୍ୟକୁ ସମସ୍ତେ ଖାଲି ଆଖିରେ ଦେଖିପାରିବେ । ପୂର୍ବ ଗୋଲାର୍ଧରେ ଏଭଳି ବିରଳ ଦୃଶ୍ୟ ୧୯୮୨ରେ ଦେଖିବାକୁ ମିଳିଥିଲା । ସେହିଭଳି ବ୍ଲ-ୁମୁନ ହେଲା ଗୋଟିଏ ମାସରେ ୨ଥର ପୂର୍ଣ୍ଣିମା ପଡିବ । ଜାନୁଆରୀ ମାସରେ ଏହି ଘଟଣା ୨ଥର ହେଉଥିବାବେଳେ ଫେବୃଆରୀରେ କୌଣସି ପୂର୍ଣ୍ଣିମା ହେବ ନାହିଁ । ମାର୍ଚ ମାସରେ ପୁଣି ୨ଟି ପୂର୍ଣ୍ଣିମା ହେବ ଓ ଦ୍ୱିତୀୟ ପୂର୍ଣ୍ଣିମାକୁ ବ୍ଲୁ-ମୁନ କୁହାଯିବ ।

କଣ କଣ ସତର୍କତା ପାଳନ କରିବା ଦରକାର

ଏହି ସମୟରେ କୌଣସି ଅ।।ହର ଗ୍ରହଣ କରନ୍ତୁ ନାହିଁ । ଭଗବାନଙ୍କୁ ସ୍ମରଣ କରନ୍ତୁ । ଗ୍ରହଣ ସରିବା ପରେ ସ୍ନାନ କରିନିଅନ୍ତୁ । ଏହା ପରେ କିଛି ଦାନଧର୍ମ କରନ୍ତୁ । ଗ୍ରହଣର ନିୟମ ରୋଗୀ, ବୃଦ୍ଧ ଓ ଶିଶୁଙ୍କ ଉପରେ ଲାଗୁ ହୋଇନଥାଏ ।

ଅନ୍ୟପଟେ, ଆଜି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ସକାଳ ୬ଟା ୨୬ମିନିଟ୍ ୭ସେକେଣ୍ଡ ଠାରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ ହୋଇଛି । ନୀତି ଶୃଙ୍ଖଳିତ କରିବା ପାଇଁ ରାତି ୧୨ଟା ୨୦ମିନିଟରେ ଦ୍ୱାର ଫିଟାଇବା ନୀତି ନିର୍ଘଂଟ ହୋଇଥିବାବେଳେ ସାଢ଼େ ୯ନଅଟାରେ ପହୁଡ ହୋଇଛି । ଭିତରଶୋଧ ୧୨ଟା ୪୦ମିନିଟରେ ହେବାକୁ ଥିବାବେଳେ ୧୨ଟା ୫୦ରେ ମଙ୍ଗଳ ଆଳତି ଓ ମଇଲମ ପରେ ଅନ୍ୟାନ୍ୟ ନୀତି ଶେଷ ହେବ । ଗ୍ରହଣ ସର୍ବମୋକ୍ଷ ରାତି ୮ଟା ୪୦ମିନିଟ୍ ୫୦ ସେକେଣ୍ଡ ରହିଛି । ଏହି ସମୟରେ ଦେବନୀତି ହେବ ନାହିଁ । କିନ୍ତୁ ଶ୍ରୀମନ୍ଦିରରେ ନିଆରା ପରମ୍ପରା ରହିଛି । ସନ୍ଧ୍ୟା ୫ଟା ୧୭ ମିନିଟ୍ ୧୯ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ । ଏହି ସ୍ପର୍ଶ ପରେ ମହାପ୍ରଭୁଙ୍କର ମାହାସ୍ନାନ ହୋଇ ଗ୍ରହଣ ଭୋଗ ଲାଗି ହେବ ।