କୋହଲିଙ୍କ ଇସ୍ତଫା ଦେବା ପ୍ରସଙ୍ଗ: ରଞ୍ଜୀବ ବିଶ୍ୱାଳ କହିଲେ, କୋହଲି ପଦ ଛାଡିବା ପାଇଁ ବିସିସିଆଇ ଦାୟୀ

231

କନକ ବ୍ୟୁରୋ: ଟେଷ୍ଟ ଅଧିନାୟକ ପଦରୁ କୋହଲିଙ୍କ ଇସ୍ତଫା ଦେବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଟିମ ଇଣ୍ଡିଆର ପୂର୍ବତନ ମ୍ୟାନଜେର ରଞ୍ଜୀବ ବିଶ୍ୱାଳ । କହିଲେ, କୋହଲି ପଦ ଛାଡିବା ପାଇଁ ବିସିସିଆଇ ଦାୟୀ । କୋହଲି ଜଣେ ସଫଳ ଅଧିନାୟକ । ଗୋଟିଏ ରାଜନୀତି ପାଇଁ ପଦ ଛାଡିବାକୁ ତାଙ୍କୁ ଚାପ ପକାଗଲା । ଚାପରେ ରହିଲେ ଖେଳ ଉପରେ ପ୍ରଭାବ ପଡିବ । ।

ସେହିପରି ଆହୁରି କହିଛନ୍ତି କି, ଏଥିପାଇଁ ଚୟନକର୍ତ୍ତା ମଧ୍ୟ ଦାୟୀ । ସେ ଜଣେ ଭଲ ଖେଳାଳି । ତାଙ୍କୁ ଆହୁରି ସୁଯୋଗ ଦେବାର ଥିଲା । ବର୍ତ୍ତମାନ ସମୟରେ ରୋହିତ ଶର୍ମାଙ୍କୁ ପରବର୍ତ୍ତୀ ଅଧିନାୟକ କରିବା ଉଚିତ । ତାଙ୍କ ପାଖରେ ଅଭିଜ୍ଞତା ରହିଛି ।