କ୍ୟାଟ୍ରିନାଙ୍କ ପ୍ରଶଂସାରେ ଶତମୁଖ ରଣବୀର କପୁର !

39

କ୍ୟାଟ୍ରିନା କୈଫ ଓ ରଣବୀର କପୁରଙ୍କ ପ୍ରେମ ସମ୍ପର୍କ ଯେମିତି ଚର୍ଚ୍ଚାରେ ଥିଲା ତାଙ୍କ ବ୍ରେକଅପ ଖବର ମଧ୍ୟ ସେତିକି ଚର୍ଚ୍ଚା ରହିଥିଲା । ବ୍ରେକଅପ ପରେ ଦୁହେଁ ଦୁହିଁଙ୍କ ପାଇଁ ବିଲକୁଲ ଅପରିଚିତ ହୋଇଯାଇଥିଲୋ । କିନ୍ତୁ ଏବେ ଲାଗୁଚି ତାଙ୍କ ସମ୍ପର୍କରେ ଟିକେ ସୁଧାର ଆସିଲାଣି । ଉଭୟଙ୍କୁ ଏବେ ଏକାଠି ଦେଖିବାକୁ ମିଳୁଛି । କେବଳ ଏତିକି ନୁହଁ ଉଭୟ ଉଭୟଙ୍କର ପ୍ରଶଂସା ମଧ୍ୟ କରୁଛନ୍ତି ।

ଏପରି କିଛି ଦେଖିବାକୁ ମଳିଛି ଉଭୟଙ୍କ ସିନେମା ‘ଜଗା ଜାସୁସ’ର ମ୍ୟୁଜିକ ଲଞ୍ଚ ସମୟରେ । ସେଠାରେ ରଣବୀର କହିଥିଲେ କି କ୍ୟାଟ୍ରିନା ଜଣେ ଉଚ୍ଚକୋଟୀର ଅଭିନେତ୍ରୀ । ଭବିଷ୍ୟତରେ ଯଦି ତାଙ୍କୁ ପ୍ରଯୋଜନା କ୍ଷେତ୍ରରେ ସୁଯୋଗ ମିଳେ ସେ କ୍ୟାଟ୍ରିନାଙ୍କୁ ନେଇ ସିନେମା ତିଆରି କରିବେ ।