ରଣବୀର କପୁରଙ୍କ ସାମ୍ନାରେ ହାତ ଯୋଡିଲେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍ !

32

ବଲିଉଡର ଚକଲେଟ ହୀରୋ ରଣବୀର କପୁର ନିକଟରେ ଏକ ପୁରସ୍କାର ବିତରଣୀ ଉତ୍ସବରେ ସାମିଲ ହେବା ପାଇଁ ଦୁବାଇ ଯାଇଥିଲେ । ସେଠାରେ ତାଙ୍କର ଦେଖା ହୋଇଥିଲା ପାକିସ୍ତାନୀ ଅଭିନେତ୍ରୀ ତଥା “ରଇସ” ସିନେମାର ନାୟିକା ମାହିରା ଖାନଙ୍କ ସହ । ଖବର ଅନୁସାରେ ଏହି ଆୱାର୍ଡ ସେରିମନିରେ ରଣବୀର ଓ ମାହିରା ଖାନ ଖୁବ ଭଲଭାବରେ ମିଶୁଥିବାର ଦେଖା ଦେଇଥିଲା ।

ଏବଂ ସେହି ସମୟରେ ମାହିରା ବହୁତ ଥର ରଣବୀରଙ୍କ ଆଗରେ ହାତ ଯୋଡିବାର ମଧ୍ୟ ଦେଖା ଯାଇଥିଲା । ମାହିରା ଖାନ୍ ଏପରି ହାତ ଯୋଡି ବଲିଉଡରେ କୌଣସି ସିନେମା ପାଇବା ପାଇଁ କି ପାକିସ୍ତାନୀ କଳାକାରକୁ ନେଇ କଥା ହେଉଥିଲେ ସେକଥା ସେମାନେ ହିଁ ଜାଣନ୍ତି ।