ମଥୁରାର ମାଫିଆ

75

7e049420c1284cdb8136a8511cca9e6e-647x381ନାମ ସହ ଥିଲା ପବିତ୍ର ରାମନାମର ସଂଯୋଗ ହେଲେ କାମ ରାବଣଠୁ ବଳି ଥିଲା । ଅଦ୍ଭୁତ ମିଜାଜ ଅଜବ ଖିଆଲ୍ ରାମବୃକ୍ଷଙ୍କୁ ମଥୁରାର ମାଫିଆ କରିଥିଲା । ରାମବୃକ୍ଷଙ୍କ ନାମରେ ପୂର୍ବରୁ ୮ଟି ମାମଲା ଥିବାବେଳେ ଜବାହାର ବାଗ ସଂକ୍ରାନ୍ତରେ ଆଉ ୭ଟି ମାମଲା ରୁଜୁ ହୋଇଛି । ହତ୍ୟା ଉଦ୍ୟମ ଅଭିଯୋଗରେ ସେ ୭ ମାସ ପୂର୍ବେ ଜେଲରୁ ଫେରିଥିଲେ । ରାମବୃକ୍ଷ ଯାଦବଙ୍କ ଯୋଗୁଁ ମଥୁରାରେ ପୁଲିସ୍ ଅଧିକାରୀଙ୍କ ସମେତ ଏକାଧିକ ବ୍ୟକ୍ତିଙ୍କୁ ପ୍ରାଣ ହରାଇବାକୁ ପଡ଼ିଥିଲା । ସମର୍ଥକ ମହଲରେ ନେତାଜୀ ନାମରେ ପରିଚିତ ରାମବୃକ୍ଷ ଯାଦବଙ୍କୁ ଆଶ୍ରମରୁ ଉତରାଧିକାରୀ ସୂତ୍ରରେ ମିଳିଥିଲାram-vriksh-yadav ୪୦୦୦ କୋଟି ଟଙ୍କା । ଯେଉଁଥିରେ ୧୦୦ କୋଟି ଟଙ୍କାର ନଗଦ ଅର୍ଥରାଶି ଥିଲା । କେବଳ ଏତିକିରେ ସୀମିତ ନଥିଲା ମାଫିଆଙ୍କ ସାମ୍ରାଜ୍ୟ । ରାମବୃକ୍ଷଙ୍କ ନିକଟରେ ଥିଲା ୨୫୦ରୁ ଅଧିକ ବିଳାସପୂର୍ଣ୍ଣ ଗାଡ଼ି ଯାହାର ମୂଲ୍ୟ ୧୫୦ କୋଟି ଟଙ୍କାରୁ ଅଧିକ ହେବ । ଏହି ଆତ୍ମଘୋଷିତ ବାବାଙ୍କ କହିବା ଅନୁଯାୟୀ ଏହି ଟଙ୍କା ଓ ଗାଡ଼ିମୋଟର କିଛି ମଧ୍ୟ ବେଆଇନ୍ ନଥିଲା । କାରଣ ଆଶ୍ରମକୁ ଆସୁଥିବା ଭକ୍ତଙ୍କ ଦାନ ଉପରେ ସେ ନିଜର କଳା ସାମ୍ରାଜ୍ୟ ଛିଡ଼ା କରିଥିଲେ । ଅଦ୍ଭୁତ ମିଜାଜ ଅଜବ ଖିଆଲକୁ ଆଧାର କରି ରାମବୃକ୍ଷ ଯାଦବ ମଥୁରାରେ ଏକଛତ୍ରବାଦ ଶାସନ ଚଳାଇଥିଲେ । ପରେ ଏହି ଖିଆଲ୍ ପାଇଁ ହିଁ ଏକାଧିକ ମୃତକଙ୍କୁ ମୂଲ୍ୟ ଦେବାକୁ ପଡ଼ିଥିଲା । ମଥୁରା ହିଂସାକାଣ୍ଡର ଏହି ମାଷ୍ଟର ମାଇଣ୍ଡକୁ ନେଇ ସ୍ପେଶାଲ ରିପୋର୍ଟ ମଥୁରାର ମାଫିଆ

ramvriksha-yadav-mathura_1464933616ରାମବୃକ୍ଷଙ୍କ ଗୁରୁ ବାବା ଜୟଗୁରୁ ଦେବଙ୍କ ମୃତ୍ୟୁ ପରେ ଉତରାଧିକାରୀ କିଏ ହେବ ତାହାକୁ ନେଇ ପଙ୍କଜ ଯାଦବ, ଉମାକାନ୍ତ ତିୱାରୀ ଓ ରାମବୃକ୍ଷଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ପଙ୍କଜ ଯାଦବଙ୍କୁ ଉତରାଧିକାରୀ କରାଯିବାରୁ ୨୦୧୧ ଜୁନ ୧୭ରେ ରାମବୃକ୍ଷଙ୍କ ଗୋଷ୍ଠୀ ଜୟ ଗୁରୁଦେବ ଆଶ୍ରମ ଉପରେ ଆକ୍ରମଣ କରିଥିଲେ । କିନ୍ତୁ ଆଶ୍ରମ ଦଖଲ କରିବାରେ ବିଫଳ ହୋଇଥିଲେ । ଏହାପରେ ସେ ‘ବାବା ଜୟ ଗୁରୁଦେବ’ ସଂଗଠନରୁ ପୃଥକ ହୋଇ ‘ଆଜାଦ ଭାରତ ବିଧିକ ବୈଚାରିକ କ୍ରାନ୍ତି ସତ୍ୟାଗ୍ରହ’ ନାମକ ସଂଗଠନ ଗଠନ କରିଥିଲେ । ଯାହାର ବିଚାରଧାରା ଥିଲା ଅଦ୍ଭୁତ । ପେଟ୍ରୋଲ-ଡିଜେଲ ଲିଟର ପିଛା ମୂଲ୍ୟ ୧ ଟଙ୍କା କରିବା ପରି ଦାବିକୁ ନେଇ ରାମବୃକ୍ଷ ଓହ୍ଲାଇଥିଲେ ସତ୍ୟାଗ୍ରହକୁ ।

ram vriksh୨୦୧୪ ମସିହା ଏପ୍ରିଲ ୧୮ ତାରିଖରେ ଜବାହାରବାଗରେ ରାମବୃକ୍ଷଙ୍କ ୫ହଜାର ସମର୍ଥକ ଏକାଠି ହୋଇଥିଲେ । କାରଣ ଦିନକ ପାଇଁ ସତ୍ୟାଗ୍ରହ କରିବାକୁ ତାଙ୍କୁ ଅନୁମତି ମିଳିଥିଲା । କିନ୍ତୁ ଏହା ପରେ ରାମବୃକ୍ଷଙ୍କ ସଂଗଠନର ସମର୍ଥକ ଏହି ସ୍ଥାନ ଛାଡ଼ି ନଥିଲେ । ରାଜ୍ୟ ସରକାର ଅନେକ ଥର ସେମାନଙ୍କୁ ସ୍ଥାନ ଛାଡିବାକୁ କହିଥିଲେ ମଧ୍ୟ ରାମବୃକ୍ଷଙ୍କ ସମର୍ଥକ ଜବରଦଖଲ୍ ଜାରି ରଖିଥିଲେ । ପରେ ତାଙ୍କ ନେତୃତ୍ୱରେ ଆଜାଦ ଭାରତ ବିଧିକ ବୈଚାରିକ କ୍ରାନ୍ତି ସତ୍ୟାଗ୍ରହ ନାମକ ସଂଗଠନର ୩୦୦୦ରୁ ଅଧିକ ସଦସ୍ୟ ଜବାହାରବାଗରେ ୨୫୦ ଏକର ସରକାରୀ ଜମି ଜବରଦଖଲ କରି ରହିଲେ । ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦେଶକ୍ରମେ ଗୁରୁବାର ଅପରାହ୍ଣରେ ଜବର ଦଖଲକାରୀଙ୍କୁ ଉଚ୍ଛେଦ କରିବାକୁ ଘଟଣାସ୍ଥଳରେ ପହଂଚିଥିଲା ପୁଲିସ । ତେବେ ସଙ୍ଗଠନର କର୍ମୀ ମାନଙ୍କ ନିକଟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଥିବାରୁ ପୁଲିସ ଉପରକୁ ଗୁଳି ଚଳାଇଥିଲେ । ଘଟଣାରେ ପୁଲିସ ଏସପିଙ୍କ ସମେତ ୨୪ ଜଣଙ୍କ ମୃତ୍ୟୁ ଘଟିଥିଲା ।

ଗତ ଶନିବାର ଦିନ ରାମବୃକ୍ଷ ଯାଦବଙ୍କର ମୃତ୍ୟୁ ହୋଇଥିବା ପୁଲିସ ସ୍ପଷ୍ଟ କରିଛି । ଗୁରୁବାର ଅପରାହ୍ଣରେ ହିଂସାକାଣ୍ଡ ସମୟରେ ହୋଇଥିବା ପୋଡାଜଳାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଉତରପ୍ରଦେଶ ପୁଲିସ ମହାନିର୍ଦେଶକ ଜାଭେଦ ଅହମ୍ମଦ କହିଛନ୍ତି । ହିଂସା ସମୟରେ ବିକ୍ଷୋଭକାରୀ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟାଇଥିଲେ । ଏଥିରେ ନିଆଁ ଲାଗି ୧୧ଜଣ ଜୀବନ୍ତ ପୋଡି ହୋଇ ମରିଥିଲେ । ଏହି ୧୧ଜଣଙ୍କ ମଧ୍ୟରେ ରାମବୃକ୍ଷ ଯାଦବ ଥିବା କୁହାଯାଇଛି । କଥାରେ ଅଛି ଯେ ପାଂଚେ ପରମନ୍ଦ ତା ମନ୍ଦ ପାଂଚନ୍ତି ଗୋବିନ୍ଦ । ମୃତ୍ୟୁର ବିଭୀଷିକା ରଚାଇଥିବା ରାମବୃକ୍ଷଙ୍କୁ ଶେଷରେ ମିଳିଥିଲା ତାଙ୍କ କଲାକର୍ମର ଫଳ ।