ଦଣ୍ଡ ଶୁଣି କୋର୍ଟରେ ବିକଳ ହୋଇ କାନ୍ଦିଲେ ଆତ୍ମଘୋଷିତ ଧର୍ମଗୁରୁ ରାମପାଲ ! ଜଜଙ୍କୁ କହିଲେ ଆପଣ ତ କବିରଙ୍କ ଭକ୍ତ, କିଛି ତ ଦୟା କର

27

କନକ ବ୍ୟୁରୋ : ପୁଣି ରାମପାଲଙ୍କ ପାଇଁ ବଢିଲା ଅଡୁଆ । ୫ଜଣଙ୍କୁ ହତ୍ୟା ମାମଲାରେ ହରିୟାଣା ହିସାର କୋର୍ଟ ରାମପାଲଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ପରେ ଆଜି ଆଉ ଏକ ମାମଲାରେ ମଧ୍ୟ ରାମପାଲ ଦୋଷୀ ସାବ୍ୟସ୍ତ କରିଛନ୍ତି । ଜଣେ ମହିଳାଙ୍କୁ ହତ୍ୟା କରିବା ଅଭିଯୋଗରେ ରାମପାଲ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ପୁଣି ଆଜୀବନ କାରାଦଣ୍ଡାଦେଶ ହୋଇଛି । ଅର୍ଥାତ ଦୁଇ ଦୁଇଟି ମାମଲାରେ ରାମପାଲଙ୍କୁ ଆଜୀବନ ଜେଲ ଦଣ୍ଡ ଭୋଗିବାକୁ ପଡିବ । ଏଥିସହ ତାଙ୍କର ୧୪ଜଣ ସହଯୋଗୀଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡାଦେଶ ହୋଇଛି । ଦୁଇ ଦୁଇ ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ହୋଇଛି । ତେବେ ଶୁଣାଣିକୁ ନଜରରେ ରଖି ଜେଲ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୪ଜଣ ମହିଳା ଓ ଜଣେ ଶିଶୁକୁ ହତ୍ୟା କରିବା ମାମଲାରେ ଗତକାଲି କୋର୍ଟ ରାମପାଲଙ୍କ ସମେତ ଆଶ୍ରମର କିଛି ସହକର୍ମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇସାରିଛନ୍ତି ।

ସୂଚନାଯୋଗ୍ୟ ୨୦୧୪ ମସିହା ନଭେମ୍ବର ୧୮ ତାରିଖରେ ବିବାଦୀୟ ଧର୍ମଗୁରୁ ରାମଲାଲଙ୍କ ଆଶ୍ରମରେ ଜଣେ ମହିଳା ଭକ୍ତଙ୍କ ମୃତଦେହ ଜବତ କରିଥିଲା ପୁଲିସ । ତାଙ୍କୁ ହତ୍ୟା କରାଯାଇଥିଲା । ପୁଲିସ ଆଶ୍ରମରୁ ମହିଳାଙ୍କ ମୃତଦେହ ଜବତ ପାଇଁ ଗଲାବେଳେ ରାମଲାଲଙ୍କ ସମର୍ଥକ ମାନେ ପ୍ରବଳ ବିରୋଧ କରିଥିଲେ । ବହୁ କଷ୍ଟରେ ପୁଲିସ ମହିଳାଙ୍କ ମୃତଦେହ ଜବତ କରି ବ୍ୟବଛେଦ କରାଇଥିଲା । ଏହାକୁ ନେଇ ସେଠାରେ ରାମଲାଲଙ୍କ ଅନୁଗାମୀମାନେ ପୁଲିସକୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ । ପୁଲିସ ଉପରକୁ ରାମଲାଲଙ୍କ ଭକ୍ତମାନେ ହାତବୋମା ପକାଇବା ସହିତ ଗୁଳି ମଧ୍ୟ ଚଳାଇଥିଲେ ।ଏପରିକି ପ୍ରାୟ ୧୦ ଦିନ ଧରି ଚାଲିଥିବାଏହି ହିଂସାରେ ୪ ଜଣ ମହିଳା ଓ ଜଣେ ଶିଶୁୁଙ୍କର ମୃତ୍ୟୁ ଘଟିଥିଲା ।ତେବେ ୧୮ ଦିନ ପରେ ପୁଲିସ ଏହି ଘଟଣାରେ ପୁଲିସ ରାମଲାଲଙ୍କୁ ଗିରଫ କରି ହିସାର ଜେଲରେ ରଖିଥିଲା । ଏ ନେଇ ୪ ମହିଳା ଓ ଜଣେ ଶିଶୁଭ୍କ ମୃତ୍ୟୁ ନେଇ ୪୨୯/୧୪ ନମ୍ବର ମାମଲା ଓ ଆଶ୍ରମ ଭିତରେ ମହିଳାଭ୍କ ମଢତ୍ୟୁ ନେଇ ୪୩୦/୧୪ ନମ୍ବର ମାଢ଼ଲା ରୁଜୁ କରାଯାଇଥିଲା । ଗତ ୧୧ ତାରିଖ ଦିନ ହିସାର ଜେଲରେ ରାମପାଲ ଓ ତାଙ୍କ ୨୬ ଜଣ ଅନୁଗାମୀଙ୍କୁ ହତ୍ୟା ଅଭିଯୋଗରେ ଦୋଷୀ ଭାବେ କୋର୍ଟ ଘୋଷଣା କରିଥିଲେ ।