ରାମଲୀଲା ମୈଦାନରେ ଚାଷୀଙ୍କ ମେଳି : ଋଣଛାଡ ଓ ଧାନର ସହାୟକ ମୂଲ୍ୟ ଦାବି ନେଇ ଏକତ୍ରିତ ହେଉଛନ୍ତି ହଜାର ହଜାର ଚାଷୀ

ଆନ୍ଦୋଳନକୁ ୨୧ଟି ରାଜନୈତିକ ଦଳର ସମର୍ଥନ

89

କନକ ବ୍ୟୁରୋ : ରାମଲୀଲା ମୈଦାନରେ ଚାଷୀଙ୍କ ମେଳି । ଋଣଛାଡ ଓ ଧାନର ସହାୟକ ମୁଲ୍ୟ ଦାବି ନେଇ ଦେଶର ବିଭିନ୍ନ ଅଂଚଳର ଚାଷୀ ଏକତ୍ରିତ ହୋଇଛନ୍ତି । ଏହି ଦୁଇ ଦିନିଆ ସମାବେଶରେ ଏକ ଲକ୍ଷରୁ ଅଧିକ ଚାଷୀ ସାମିଲ ହୋଇଛନ୍ତି । ଆନ୍ଦୋଳନକାରୀମାନେ ୨୬ କିଲୋମିଟର ପଦଯାତ୍ରାରେ ଏକ ବିଶାଳ ରାଲି କରି ସଂଧ୍ୟା ସୁଦ୍ଧା ରାମଲୀଲା ମୈଦାନରେ ପଂହଚିବେ । ଆସନ୍ତାକାଲି ସେଠାରେ ସଂସଦ ସାମନାରେ ବିକ୍ଷୋଭ କରିବେ ବୋଲି ସୂଚନା ମିଳିଛି । ଏହି ଆନ୍ଦୋଳନକୁ ୨ଶହରୁ ଅଧିକ ଚାଷୀ ସଂଗଠନ ସାମିଲ ହୋଇଥିବା ବେଳେ ୨୧ଟି ରାଜନୈତିକ ଦଳ ଏହାକୁ ସମର୍ଥନ କରିଛନ୍ତି । ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତିର ଏହି ଆନ୍ଦୋଳନର ଡାକରା ଦେଇଛି ।

ନବ ନିର୍ମାଣ କୃଷକ ସଂଗଠନର ଦାବି ଗୁଡିକୁ ନେଇ ଆଜି ସଚିବାଳୟରେ ବସିଛି ପ୍ରଥମ ମନ୍ତ୍ରିସ୍ତରୀୟ ବୈଠକ । ଆସନ୍ତା ୭ତାରିଖରେ କୃଷି ଭବନରେ ଏନେଇ ପରବର୍ତ୍ତୀ ବୈଠକ ବସିବ ବୋଲି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଅର୍ଥ ମନ୍ତ୍ରୀ । ଏହି ବୈଠକରେ ଚାଷୀଙ୍କ ସମସ୍ୟା ସର୍ମ୍ପକରେ ଆଲୋଚନା ହେବ । ଏହା ସହ ଚାଷୀ ସଂଗଠନ ଓ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନିଆଯାଇ ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ଆଲୋଚନା ହୋଇଛି । ମୁଖ୍ୟତଃ ପ୍ରାଇଜ, ପ୍ରେଷ୍ଟିଜ ଓ ପେନସନ ଦାବିରେ ବିଭିନ୍ନ ସମୟରେ ଆନ୍ଦୋଳନ କରୁଛି ନବ ନିର୍ମାଣ କୃଷକ ସଂଗଠନ । ରାଜ୍ୟର ୩୬ ଲକ୍ଷ ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ପେନସନ ଦାବି କରୁଛି ସଂଗଠନ । ଚାଷୀଙ୍କ ଦାବିକୁ ନେଇ ଆଜି ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ ଏଥିରେ ସମବାୟ ମନ୍ତ୍ରୀ, କୃଷି ମନ୍ତ୍ରୀ ଓ ବିଭାଗୀୟ ସଚିବ ଉପସ୍ଥିତ ରହିଥିଲେ ।