କନକ ବ୍ୟୁରୋ : ସେ ନିର୍ବାଚନୀ ସଭା ହେଉ କି ସାଧାରଣ ସଭା ହେଉ । ବିଜେପି ନେତା ମାନେ ‘ଜୟ ଶ୍ରୀରାମ ନାରା’ ଲଗାଇଥା’ନ୍ତି । ଏହା ସହ ବିଭିନ୍ନ ନିର୍ବାଚନ ସମୟରେ ବିଜେପି ଅଯୋଦ୍ଧାରେ ରାମଜନ୍ମ ଭୂମି ଓ ମର୍ଯ୍ୟଦା ପୁରୁଷ ରାମଚନ୍ଦ୍ରଙ୍କୁ ମୁଦ୍ଦା କରିଥାଏ । ହେଲେ ବାସ୍ତବରେ ପରଦାର ରାମ ତଥା ବାସ୍ତବ ଜୀବନର ଅରୁଣ ଗୋଭିଲ ଆଜି ବିଜେପିରେ ଯୋଗ ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ରାମାନନ୍ଦ ସାଗରଙ୍କ ପୌରାଣିକ ସିରିୟଲ ‘ରାମାୟଣ’ ରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଭୂମିକା ରେ ଅଭିନୟ କରି ସାରା ଦେଶରେ ଚର୍ଚ୍ଚିତ ହୋଇଥିବା ଅରୁଣ ଗୋଭିଲ୍ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଆଗକୁ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଅରୁଣ ଗୋଭିଲଙ୍କ ବିଜେପିରେ ଯୋଗ ଦେବା ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କୁହାଯାଉଛି କି ସେ ବିଜେପିରେ ଯୋଗ ଦେବା ପରେ ବିଜେପି ତାଙ୍କୁ କୌଣସି ରାଜ୍ୟରୁ ବିଧାନସଭା ପ୍ରାର୍ଥୀ କରିପାରେ !
କହିରଖୁ କି ଗତବର୍ଷ କରୋନା ମହାମାରୀକୁ ନେଇ ଦେଶରେ ଲକଡାଉନ୍ ଚାଲିଥିବା ବେଳେ କେନ୍ଦ୍ର ସରକାର ଦୁରଦର୍ଶନରେ ରାମୟଣ ସିରିୟଲ ପୁନ ପ୍ରସାରଣ ଆରମ୍ଭ କରିଥିଲେ । ଯାହାକୁ ଲୋକମାନେ ବେଶ୍ ଉପଭୋଗ କରୁଥିବା ଦେଖା ଯାଇଥିଲା । ଅରୁଣ ଗୋଭିଲ ତଥା ରାମ ଏହାପୂର୍ବରୁ କୌଣସି ରାଜନୈତିକ ଦଳରେ ଯୋଗ ଦେଇ ନଥିଲେ । ବିଜେପି ଭଗବାନ ରାମଙ୍କୁ ନେଇ ରାଜନୀତି ମୈଦାନରେ ବେଶ୍ ହଟଚମଟ କରୁଥିବା ବେଳେ ପରଦାର ରାମ ବିଜେପିରେ ଯୋଗ ଦେବା ପରେ ଏହା ଦଳପାଇଁ କେତେ ଫଳପ୍ରଦ ହେବ ତାହା ସମୟ କହିବ ।