ଡ୍ରାମା କୁଇନଙ୍କ ନୂଆ ନାଟକ ! କୁସ୍ତି ଯୋଦ୍ଧା ରେବେଲଙ୍କଠୁ ମାଡ ଖାଇବା ପରେ ମାର୍ସଲ ଆଟ ଶିଖିଲେ ରାକ୍ଷୀ ସାୱନ୍ତ । 

190

ଡ୍ରାମା କ୍ୱିନଙ୍କ  ନୂଆ ନାଟକ । ନୂଆ ରେସଲିଂ ରିଙ୍ଗରେ ରାକ୍ଷୀ ସାୱନ୍ତଙ୍କୁ ମହିଳା ରେସଲର୍ କଚାଡି ଦେବା ପରେ ଏବେ  ରାକ୍ଷୀ ଶିଖୁଛନ୍ତି ମାର୍ଶଲ ଆର୍ଟ  । ରେସଲିଂ ରିଙ୍ଗରେ ରାକ୍ଷୀଙ୍କୁ କଚାଡି ଦେଇଥିଲେ ବିଦେଶୀ କୁସ୍ତି ଯୋଦ୍ଧା ପୂର୍ବରୁ ରେସଲିଂ ରିଙ୍ଗରେ କଚାଡ଼ି ହୋଇ ରାକ୍ଷୀ ସାୱନ୍ତ ଆହତ ହୋଇଥିଲେ । ଏପିରିକି ତାଙ୍କୁ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେ ସମୟରେ ରାକ୍ଷୀ ସାୱନ୍ତଙ୍କ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା  ବ୍ରୁସ ଲିଙ୍କ  ୭୮ ତମ ଜନ୍ମଦିନ ଅବସରରେ ରାକ୍ଷୀ ଏହି ମାର୍ଶଲ ଆର୍ଟ ଶିଖିଛନ୍ତି । ମୁମ୍ବାଇରେ ଏହି ଜନ୍ମଦିନ ମନାଯାଇଥିଲା । ଏଥିରେ ରାକ୍ଷୀ ସାମିଲ ହୋଇ ମାର୍ଶଲ ଆର୍ଟ ଶିଖିଥିଲେ ।

ତେବେ ଆପଣଙ୍କୁ କହିରଖୁଛୁ କି ହରିୟାଣାର ପଂଚକୁଲାର ସେକ୍ଟର ୩ ସ୍ଥିତ ତାଉ ଦେବୀ ଲାଲ ଖେଳ ପରିସରରେ ଆୟୋଜିତ ସିଡବ୍ଲୁଇର ଆନୁକୂଲ୍ୟରେ ରେସଲିଙ୍ଗର ବଡ ଫାଇଟରେ ଅଭିନେତ୍ରୀ ରାଖୀ ସାୱନ୍ତ ଜଣେ ବିଦେଶୀ ମହିଳାଙ୍କୁ ଚ୍ୟାଲେଂଜ କରି ସେ ମାଡ ଖାଇଥିଲେ । ଯେଉଁଥିପାଇଁ ତାଙ୍କୁ ହସପିଟାଲରେ ମଧ୍ୟ କିଛି ଦିନ ରହିବାକୁ ପଡିଥିଲା ।