ସରକାରଙ୍କୁ ଚେତାବନୀ ଦେଲେ କୃଷକ ନେତା ରାକେଶ ଟିକାୟତ । କହିଲେ ପୁଣି ଦିଲ୍ଲୀରେ ଧସେଇ ପଶି ବ୍ୟାରିକେଟ ଭାଙ୍ଗିବାକୁ ପଡିବ
କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କର ୩ ଟି କୃଷି ଆଇନକୁ ବିରୋଧ କରି କୃଷକ ମାନଙ୍କର ଆନ୍ଦୋଳନ ୧୦୦ ଅଧିକ ଦିନରେ ପହଂଚିଲାଣି । ଏହା ମଧ୍ୟରେ ସରକାର ଓ କୃଷକ ସଂଗଠନ ମାନଙ୍କ ମଧ୍ୟରେ ଅନେକ ଥର ବୈଠକ ହୋଇସାରିଥିଲେ ବି କୌଣସି ନିଷ୍ପତ୍ତି ହୋଇପାରି ନାହିଁ । ଏହାକୁ ନେଇ କୃଷକ ନେତା ତଥା ଆନ୍ଦୋଳନର ନେତୃତ୍ୱ ନେଉଥିବା ରାକେଶ ଟିକାୟତ ଆଜି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କି ସରକାରଙ୍କ କାନରେ କୃଷକ ମାନଙ୍କର ଆୱାଜ ପହଂଚାଇବାକୁ ପଡିବ, ତେଣୁ ପୁଣିଥରେ ଦିଲ୍ଲୀ ଭିତରକୁ କୃଷକ ମାନେ ଧସେଇ ପଶିବେ ଓ ବ୍ୟାରିକେଟ ଭାଙ୍ଗିବେ । ଏନେଇ ସେ ଟ୍ୱିଟ୍ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
କହିରଖୁ କି କୃଷକ ଆନ୍ଦୋଳନ ଭିତରେ କୃଷକ ନେତା ରାକେଶ ଟିକାୟତ ସାରା ଦେଶରେ ବୁଲି ବୁଲି କୃଷକ ମହାପଂଚାୟତ କରୁଛନ୍ତି । ତାଙ୍କ ସଭାରେ ବି ହଜାର ହଜାର କୃଷକ ଯୋଗ ଦେଉଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ଦିନ ଜୟପୁର ଠାରେ ଏକ କୃଷକ ମହାପଂଚାୟତକୁ ଉଦବୋଧନ ଦେଇ ଟିକାୟତ କହିଛନ୍ତି କି ସରକାର ଲୋକମାନଙ୍କୁ ଜାତି ଧର୍ମ ନାମରେ ବାଣ୍ଟି ଚାଲିଛନ୍ତି । ହେଲେ ଅନ୍ନଦାତାଙ୍କୁ ଭାଗ କରିବା ତାଙ୍କ କ୍ଷମତାର ବାହାରେ । ଆବଶ୍ୟକ ପଡିଲେ ସଂସଦ ଭିତରେ ଚାଷୀ ତା’ର ଉତ୍ପାଦ ବିକ୍ରି କରିବ ।
किसानों को फिर दिल्ली में घुसना होगा और बैरिकेड तोड़ने होंगे- राकेश टिकैत
— Rakesh Tikait (@RakeshTikaitBKU) March 24, 2021
କେନ୍ଦ୍ର ସରକାରକୁ ଟାର୍ଗେଟ୍ କରି ଟିକାୟତ କହିଛନ୍ତି କି ‘ସରକାର କହୁଛନ୍ତି କୃଷକମାନେ ସେମାନଙ୍କ ଉତ୍ପାଦିତ ଶସ୍ୟ କେଉଁଠାରେ ବି ବିକି ପାରିବେ । ଆମେ ଜାଣିଛୁ କେବଳ ମଣ୍ଡିରେ ଏମଏସପି ମିଳିବ ମଣ୍ଡି ବାହାରେ କେବେ ବି ଏମଏସପି ମିଳିବ ନାହିଁ, ତେଣୁ ଆମେ ପ୍ରସ୍ତୁତ ହେଉଛୁ ସଂସଦ ଭିତରେ ଏମଏସପି ରେ ନିଜର ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାକୁ’ ।
“We will sell our crops outside the Assembly, collectorate and also outside Parliament, since the PM had said that we can sell cropd anywhere & everywhere in the country,” says @RakeshTikaitBK while addressing a kisan mahapanchayat in Jaipur.
My report 👇https://t.co/InBCHIYbeE
— Tabeenah Anjum (@TabeenahAnjum) March 23, 2021
କୃଷକ ମାନଙ୍କୁ ଉଦବୋଧନ ଦେଇ ସେ କହିଥିଲେ କି ପୁରା ଦେଶରେ କୃଷକ ମାନଙ୍କର ଆନ୍ଦୋଳନ ଆରମ୍ଭ ହୋଇସାରିଛି । କୃଷକ ମାନେ ସେମାନଙ୍କ ହକ୍ ପାଇବାକୁ ହେଲେ ନିଜକୁ ଜାଗୃତ କରିବାକୁ ପଡିବ । ବିଶେଷ କରି ଯୁବ କୃଷକମାନଙ୍କ କାନ୍ଧରେ ଏହି ଆନ୍ଦୋଳନର ବଡ ଦାୟିତ୍ୱ ରହିଛି । ସେ କହିଥିଲେ କି ଦେଶରେ ଜୟ ଶ୍ରୀରାମ ଓ ଜୟ ଭୀମର ନାରା ଏକା ସାଙ୍ଗରେ ପଡିବା ଦରକାର । ଯେଉଁଥିରେ ଦେଶ ଆଗକକୁ ବଢିବ । ନଚେତ ଏ ସରକାର ଦେଶକୁ ବରବାଦ୍ କରିଦେବ ।