କନକ ବ୍ୟୁରୋ : ଦେଶର ଜଣେ ଜଣାଶୁଣା କମେଡିଆନ ରାଜୁ ଶ୍ରୀବାସ୍ତଙ୍କର ଗତକାଲି ଦିଲ୍ଲୀ ଏମ୍ସରେ ଦେହାନ୍ତ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ମନୋରଞ୍ଜନ ଦୁନିଆରୁ ରାଜନେତା ପର୍ଯ୍ୟନ୍ତ ସମସ୍ତେ ରାଜୁଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଥିଲେ । ଆଜି ତାଙ୍କର ପାର୍ଥିବ ଶରୀର ପଞ୍ଚତତ୍ୱରେ ବିଲିନ ହୋଇଛି ।

Advertisment

ତାଙ୍କ ମୃତ୍ୟୁରେ ଅକ୍ଷୟ କୁମାର, କପିଲ ଶର୍ମାଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ରାଜୁ ଶ୍ରୀବାସ୍ତବଙ୍କ ପୁଅ ଆୟୁଷ୍ମାନ ଆଜି ବାପାଙ୍କ ମରଶରୀରରେ ମୁଖାଗ୍ନି ଦେଇଛନ୍ତି । ରାଜୁ ଶ୍ରୀବାସ୍ତବଙ୍କ ଶେଷ ଯାତ୍ରାରେ ତାଙ୍କ ପରିବାର ଲୋକଙ୍କ ସହ ହଜାର ହଜାର ପ୍ରଶଂସକଙ୍କ ଭିଡ ଦେଖିବାକୁ ମଳିଥିଲା ।

ଦିଲ୍ଲୀରେ ଲାଗି ରହିଥିବା ବର୍ଷା ମଧ୍ୟରେ ରାଜୁଙ୍କ ଅନ୍ତିମ ଯାତ୍ରାରେ ଲୋକଙ୍କ ଭିଡ ଦେଖିବା ପରେ ରାଜୁଙ୍କୁ କେତେ ଲୋକ ଭଲ ପାଉଥିଲେ ତାହାର ପ୍ରମାଣ ମିଳିଛି । ଏକ ଆମ୍ବୁଲାନ୍ସ ଯୋଗେ ରାଜୁଙ୍କ ମରଶରୀରକୁ ଦିଲ୍ଲୀ ନିଗର ବୈଦ୍ଧଘାଟ ନିଆଯାଇଥିଲେ ।

ରାଜୁଙ୍କ ଶେଷ ଦର୍ଶନ ପାଇଁ କମେଡିଆନ ସୁରେନ୍ଦ୍ର ଶର୍ମା,, ବଲିଉଡ ସିନେମାର ନିର୍ଦ୍ଦେଶକ ମଧୁର ଭଣ୍ଡାରେକରଙ୍କ ଭଳି ଲୋକ ପହଂଚିଥିଲେ ।