କନକ ବ୍ୟୁରୋ:ଧାମନଗର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ବିଜେଡି ଅବନ୍ତି ଦାସକୁ ପ୍ରାର୍ଥୀ ଘୋଷଣା କରିବା ପରେ ରାଜୁ ଦାସ ଗୋଷ୍ଠୀ ବିଦ୍ରୋହ କରିଛନ୍ତି । ଏପରିକି ଧାମନଗରରେ ଚର୍ଚ୍ଚା ହେଉଛି ରାଜୁ ଦାସ ସ୍ୱାଧିନ ପ୍ରାର୍ଥୀ ବାବେ ନାମାଙ୍କନ ଭରିପାରନ୍ତି । ଆଉ ରାଜୁ ଦାସ ଯଦି ପ୍ରାର୍ଥୀ ହୁଅନ୍ତି ତାହାଲେ ବିଜେଡିର ଅଙ୍କ ଗୋଳମାଳ ହେବ । ଏସବୁ ଭିତରେ ଏକ ଚିଠି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଚିଠିଟି ଧାମନଗର ବାସିନ୍ଦାଙ୍କ ଉଦ୍ଦେଶ୍ୟରେ ଲେଖାହୋଇଛି । ଚିଠିକୁ ରାଜେନ୍ଦ୍ର କୁମାର ଦାସ ଓରଫ ରାଜୁ ଦାସ ଲେଖିଥିବା ଏଥିରେ ଉଲ୍ଲେଖ ହୋଇଛି । ତେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ଯେ, ରାଜୁ ଦାସ ହିଁ ଏହି ଚିଠି ଲେଖିଛନ୍ତି । ଅଭିଯୋଗ ଭରା ଏହି ଚିଠିରେ ଲେଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/rrthlijloj.jpg)