କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀରେ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗଟେ ପର୍ଯ୍ୟନ୍ତ ଥିବା ସଡକକୁ ଏବେ କର୍ତ୍ତବ୍ୟ ପଥ ନାମରେ ନାମିତ କରାଯିବ । ଏନେଇ ନୂଆ ଦିଲ୍ଲୀ ନଗର ପାଳିକା ପରିଷଦ ପକ୍ଷରୁ ବୁଧବାର ବସିଥିବା ବୈଠକରେ ଅଣାଯାଇଥିବା ପ୍ରସ୍ତାବ ଉପରେ ମୋହର ଲାଗିଛି ।

Advertisment

ଏନଡିଏମସି ଅଧିକାରୀ ଏହା ପୂର୍ବରୁ କହିଥିଲେ କି ସହର ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ପ୍ରସ୍ତାବ ପ୍ରାପ୍ତ ହୋଇଛି । ଏହାପରେ ଏହାକୁ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏନଡିଏମସି ର ଉପାଧ୍ୟକ୍ଷ ସତୀଶ ଉପାଧ୍ୟୟ କହିଛନ୍ତି କି ଏନଡିଏମସି ବୈଠକରେ ଏହି ପ୍ରସ୍ତାବ ପାରିତ ହେବା ପରେ ଏବେ ଏନେଇ ଏକ ଅଧିସୂଚନା ଜାରି କରାଯିବ । ଏହାପରେ ଅନୁମତି ମିଳିବା ପରେ ଇଣ୍ଡିଆ ଗେଟ ନିକଟରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତୀ ଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପୁରା କ୍ଷେତ୍ରକୁ କର୍ତ୍ତବ୍ୟ ପଥ ନାମରେ ନାମିତ କରାଯିବ ।

ସୂଚନା ଥାଉକି, ବ୍ରିଟିସ ଶାସନ ସମୟରେ ଏହି ରାଜପଥକୁ କିଙ୍ଗସ୍ ୱେ ନାମରେ ନାମିତ କରାଯାଇଥିଲା । ୨୦୧୫ ମସିହାରେ ଏହି ରାଜପଥର ନାମ ରେସକୋର୍ସ ରୋଡରୁ ପରିବର୍ତ୍ତନ କରି କଲ୍ୟାଣମାର୍ଗ ରଖାଯଶଇଥିଲା । ସେହିବର୍ଷ ଔରଙ୍ଗଜେବ ରୋଡ ନାମ ବି ପରିବର୍ତ୍ତନ କରାଯାଇ ଏପିଜି ଅବ୍ଦୁଲ କାଲାମଙ୍କ ନାମରେ ନାମିତ କରାଯାଇଥିଲା ।