କନକ ବ୍ୟୁରୋ : ଆଦିବାସୀଙ୍କ ଜମିକୁ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ବିରୋଧୀ । ଗୃହରେ ବିରୋଧୀଙ୍କ ହଙ୍ଗାମା କାରଣରୁ ପ୍ରଶ୍ନକାଳ ଚାଲିପାରିନାହିଁ । ଏହି ପ୍ରସଙ୍ଗକୁ ନେଇ ବିଜେଡିକୁ ଆଦିବାସୀ ବିରୋଧୀ ବୋଲି କହିଛି ବିଜେପି । ଯାହାର ଜବାବ ରଖିଛି ବିଜେଡି ।
ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି, ବିଧାନସଭା ଚାଲିବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଧାନସଭାରେ ପ୍ରଶ୍ନକାଳ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବିଧାୟକ ମାନେ ନିଜ ଅଞ୍ଚଳର ସମସ୍ୟା ବାବଦରେ ଜଣାଇବାକୁ ସୁଯୋଗ ପାଆନ୍ତି । କିନ୍ତୁ ବିରୋଧୀ ବିଜେପି ଓ କଂଗ୍ରେସ ମିଳିତ ଭାବେ ଯେଉଁଭଳି ପ୍ରଶ୍ନକାଳକୁ ବନ୍ଦ କଲେ ତାହା ବେଶ ଦୁଃଖଦାୟକ । ଆଦିବାସୀ ଭାଇ ଓ ଭଉଣୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଯୋଜନା କରିଛନ୍ତି । ଉପ-ବାଚସ୍ପତି ଭାବେ ଜଣେ ଆଦିବାସୀଙ୍କୁ ସୁଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଦିବାସୀଙ୍କ ଉନ୍ନତି ଓ ପ୍ରଗତି ପାଇଁ ଏସଡିସି ଗଠନ କରିଛନ୍ତି, ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣ କରି ପାଠ ପଢିବାକୁ ସୁଯୋଗ ଦେଇଛନ୍ତି ।
ଆଦିବାସୀଙ୍କ ଜମି ବାବଦରେ କ୍ୟାବିନେଟ ନିଷ୍ପତ୍ତିକୁ ନେଇ ବିରୋଧୀ କେବଳ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ରାଜକିଶୋର । ଓଡିଶା ସାରା ଲୋକ ଜାଣିଛନ୍ତି ସେ ବିଲ ଆସିବାର ନାହିଁ କି ଏହା ଲାଗୁ ହେବାର ନାହିଁ ତାହା ବନ୍ଦ ହୋଇଯାଇଛି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ବିରୋଧୀ ରାଜନୀତି କରୁଛନ୍ତି । ବିରୋଧୀଙ୍କ ପାଖରେ କୌଣସି ଇସ୍ୟୁ ନାହିଁ ତେଣୁ ସେମାନେ ଏହାକୁ ଇସ୍ୟୁ କରୁଛନ୍ତି । ସରକାର ଏହାକୁ ସମ୍ପୂର୍ଣରୂପେ ବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି ରାଜକିଶୋର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/13-19.jpg)