ତେୱତିଆ ଓ ପରାଗଙ୍କ ଦମଦାର ବ୍ୟାଟିଂ । ୫ ୱିକେଟରେ ବିଜୟ ହାସଲ କଲା ରାଜସ୍ଥାନ ରୟାଲ୍ସ ।

112

କନକ ବ୍ୟୁରୋ : ଆଜିର ଆଇପିଏଲ ପ୍ରଥମ ମ୍ୟାଚରେ ରାହୁଲ ତେୱତିଆ ଓ ରିଆନ ପରାଗଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଫଳରେ ଏହି ମ୍ୟାଚରେ ହାଇଦ୍ରାବାଦଠାରୁ ୫ ୱିକେଟରେ ବିଜୟୀ ହୋଇଛି ରାଜସ୍ଥାନ । ଏହାସହ ରାଜସ୍ଥାନ ଖାତାରେ ଦୁଇ ଅଙ୍କ ଯୋଡି ହୋଇ ଯାଇଛି ।

ଏହି ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ବଡ ସ୍କୋର କରିବାରେ ସଫଳ ହୋଇନଥିଲା ଦଳ । ଦଳ ପକ୍ଷରୁ ମନୀଷ ପାଣ୍ଡେ ୩୪, ଡେଭିଡ ୱାର୍ଣ୍ଣର ୪୮ ଓ ୱିଲିୟମସନ ୨ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୪ ୱିକେଟ ହରାଇ ୧୫୮ ରନ କରିବାରେ ସକ୍ଷମ ହୋଇଥିଲା ।

ପରେ ୧୫୯ ରନର ବିଜୟ ଲ କ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ ଦଳ । ଦଳ ପକ୍ଷରୁ ଟପ ଅର୍ଡର ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ଶେଷରେ ରିଆନ ପରାଗ ୪୨ ଓ ରାହୁଲ ତେୱତିଆଙ୍କ ୪୫ ରନ ବଳରେ ଦଳ ୧୯ ଓଭର ୫ ବଲରେ ୫ ୱିକେଟ ହରାଇ ୧୬୩ ରନ କରିଥିଲା ।