ରୁଷିଲେ ରଜାକ୍

43

904394520-Razak-Khan_6ବଲିଉଡର ଜଣାଶୁଣା କମେଡି କଳାକାର ରଜାକ୍ ଖାନ ଏବେ ପରଲୋକରେ । ବୁଧବାର ହୃଦଘାତରେ ରଜାକଙ୍କ ନିଧନ ହୋଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ରଜାକଙ୍କୁ ତୁରନ୍ତ ଡାକ୍ତଖାନାରେ ଭର୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ରଜାକ୍ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୯୯୩ ମସିହାର ଫିଲ୍ମ ରୂପ କ ରାନୀ ଚୋରୋ କା ରାଜାରେ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ରଜାକ । ପରେ ବାଦଶାହା, ହେଲୋ ବ୍ରଦର, କ୍ୟା କୁଲ ହେ ହମ, ଜୋରୁ କା ଗୁଲାମ ପରି ଏକାଧିକ ଫିଲ୍ମରେ କମେଡି କଳାକାରଭାବେ ତାଙ୍କ ଅଭିନୟ ରହିଛି । ଲୋକପ୍ରିୟ କମେଡି ଶୋ କମେଡି ନାଇଟସ ୱିଥ କପିଲରେ ବି ରଜାକଙ୍କ ଯାଦୁଗରୀ ଅଭିନୟ ଦେଖିବାକୁ ମିଳିଛି ।