ଆଜି ପହିଲି ରଜ : କରୋନା ଫିକା କରି ଦେଇଛି ରଜ ଉତ୍ସାହ; ଗାଁ ଆମ୍ବ ତୋଟାରେ ଝୁଲୁନି ଦୋଳି କି ଶୁଭୁନି ରଜଗୀତ

183

କନକ ବ୍ୟୁରୋ : ଆଜି ପହିଲି ରଜ । କରୋନା ଫିକା କରି ଦେଇଛି ରଜ ଉତ୍ସାହ । ସଜବାଜ ଓ ପ୍ରଥମ ରଜ ଫିକା ପଡିଥିବାବେଳେ ଆଉ ଦିନ ମଧ୍ୟ ଫିକା ପଡିବ ବୋଲି ଅନୁମାନ କରାଯାଉଛି । ଗତ ବର୍ଷ ତ ଅନଲକ ଆରମ୍ଭ ହୋଇଯାଇଥିଲା, କଟକଣା ଲାଗିଥିଲେ ବି ଦୋକାନ ଖୋଲିଥିଲା । ନୂଆ ଡ୍ରେସ କିଣି ପିନ୍ଧିବାର ସୁଯୋଗ ମିଳିଥିଲା ।

ହେଲେ, ଏବର୍ଷ ରଜରେ ସେ ସୁଯୋଗ ବି ମିଳିଲା ନାହିଁ । ଦୋକାନ ବଜାର ବନ୍ଦ ଥିବାରୁ ନୂଆ ଡ୍ରେସ ଖଣ୍ଡେ ବି ପିନ୍ଧିବାର ସୁଯୋଗ ମିଳିଲା ନାହିଁ । ଅନଲାଇନରେ କେହି କେହି ମଗାଇଥିଲେ ବି ସମସ୍ତଙ୍କ ପାଇଁ ଏହା ଅସମ୍ଭବ । ସେହିପରି ଗାଁ ଆମ୍ବ ତୋଟାରେ ଝୁଲୁନି ଦୋଳି କି ଶୁଭୁନି ରଜଗୀତ । ଘର ଭିତରେ ପିଠାପଣା ଭିତରେ ଘରେ ସୀମିତ ରଜ ମଉଜ । ଗତବର୍ଷ ବି ପାଳନ ହୋଇନଥିଲା ରଜ, ଏବର୍ଷ ବି ହେଲାନି ।