ଆଜି ପହଲି ରଜ : କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଘରେ ଘରେ ପାଳନ ହେଉଛି ରଜ ମଉଜ

318

କନକ ବ୍ୟୁରୋ : ‘ବନସ୍ତେ ଡାକୁଛି ଗଜ, ବରଷକ ଥରେ ଆସିଛି ରଜ…’। ଆଜି ପହଲି ରଜ । ପ୍ରତିବର୍ଷ ବେଶ୍‌ ଜାକଜମକରେ ପାଳନ ହେଉଥିବା ଓଡ଼ିଶା ଏହି ମହାନ ଗଣପର୍ବର ଖୁସିର ମାହୋଲକୁ ଛଡାଇ ନେଇଛି ମହାମାରୀ କରୋନା । ଗତ ବର୍ଷ ଏବଂ ଚଳିତ ଥର ସ୍ମାର୍ଟସିଟି ରାଉରକେଲାରେ ଫିକା ପଡିଛି ରଜ ମଉଜ । ସବୁଠୁ ବେଶି ନିରାଶ ହୋଇଛନ୍ତି ସହରର ବସବାସ କରୁଥବା ଉପକୂଳର୍ତ୍ତୀ ଜିଲ୍ଲାବାସୀ । ସେମିତି ବିଭିନ୍ନ ଅନଷ୍ଠାନରେ ଶୁଭିବନି ରଜ ଦୋଳିର କଟମଟ ଶବ୍ଦ। ଜମିବନି ଭିଡ। ବୁଲାବୁଲି ହେବନି । କେବଳ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ନୁ‌ହେଁ ପାନ୍ଥ ନିବାସ ଓ କିଛି ପ୍ରମୁଖ ହେଟେଲ ସେହି ସମାନ ସ୍ଥିତି। କେବଳ ପାନ୍ଥନିବାସ ନିରାଡମ୍ବର ଆୟୋଜନ ‌ହେଉଛି। ତାହା ପୁଣି ଏକାଠି ବସି ଖାଇବାର ମଜା ନୁହେଁ ।

ଘରକୁ ନେଇ କଲୋନି ଠୁ ବସ୍ତି କେଉଁଠି ଦିଶୁନି ରଜ ମଉଜର ଝଲକ୍‌ । ସେପଟେ ରଜ ଦୁଇ ଦିନ ପୂର୍ବରୁ ସପ୍ତାହାନ୍ତ ସଟ୍‌ଡାଉନ୍‌ ‌ଯୋଗୁ ହୋଇ ପାରି ନାହିଁ ରଜ ବଜାର । ଦୁଇ ଦିନ ପୂର୍ବରୁ ସହରର ଯେଉଁ କେତେକ ପ୍ରମୁଖ ବଜାରରେ ଷ୍ଟେସନାରୀ ଠାରୁ କପଡା ଦୋକାନ ଖୋଲିଥିଲା। ସେହି ବି ଖାଁ ଖାଁ । ରଜ ବେଶ ଆକର୍ଷଣ ସାଜିଥିବା ମେହେନ୍ଦି ଦୋକାନରେ ନାହାନ୍ତି ଝିଅ‌, ବୋହୂ । ସଂକ୍ରମଣ ଭୟ ଥିବାରୁ ଘରେ ଘରେ ପାଳନ ହେବ ରଜ ମଉଜ ଓ ଦୋଳି । ମହକିବ ପୋଡ ପିଠା, ଆରିସା ପିଠା, ରଜ ପାନର ବାସ୍ନା। ବିଶେଷ କରି ସ୍ମାର୍ଟସିଟିରେ ବସବାସ କରୁଥିବା ଭଦ୍ରକ, କଟକ, ବାଲେଶ୍ବର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ସହ କେନ୍ଦୁଝର ଅଞ୍ଚଳବାସୀଙ୍କ ଘରେ ମହକବି ରଜ ପିଠାର ବାସ୍ନା । ମୋଟାମୋଟି ଭାବେ ବର୍ଷ ବର୍ଷ ଧରି ଜାକଜମକରେ ପାଳନ ହେଉଥିବା ରଜ ମହୋତ୍ସବ ଚଳିତ ଥର ସ୍ମାର୍ଟସିଟିର ଫିକା ପଡିଛି ।