ଅଶ୍ଳୀଳ ଭିଡିଓ ମାମଲା : ରାଜ କୁନ୍ଦ୍ରାଙ୍କ ବଢିବ ଅଡୁଆ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିପାରେ ଯାଂଚ

110

କନକ ବ୍ୟୁରୋ : ଉଦ୍ୟୋଗପତି ରାଜ କୁନ୍ଦ୍ରାଙ୍କ ସହିତ ଜଡିତ ଅଶ୍ଳୀଳ ଭିଡିଓ ମାମଲାରେ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମିଳିଥିବା ସୂଚନା ମୁତାବକ ରାଜ କୁନ୍ଦ୍ରା ଓ ଲଣ୍ଡନର ଏକ କମ୍ପାନୀ ମଧ୍ୟରେ ଅଶ୍ଳୀଳ ଭିଡିଓ କାରବାରେ ବହୁ ଟଙ୍କା ନେଣ ଦେଣ ହୋଇଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଖୁବଶୀଘ୍ର ମାମଲାର ଯାଂଚ କରୁଥିବା ମୁମ୍ବାଇ ପୋଲିସ ଠାରୁ ଏଫଆଇଆରର କପି ମାଗି ଇଡି ନିଜ ତରଫରୁ ଏକ ମାମଲା ଦାୟର କରିବ । ଏହାସହ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ବା (ଏଫଇଏମଏ) ଆଧାରରେ ରାଜ କୁନ୍ଦ୍ରାଙ୍କୁ ନୋଟିସ୍ ଜାରି କରି ।  କହିରଖୁ କି ଶୁକ୍ରବାର ଦିନ ମୁମ୍ବାଇର ଏକ ଅଦାଲତ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଅନ୍ୟପଟେ ଶୁକ୍ରବାର ଦିନ ମୁମ୍ବାଇ ପୋଲିସ ଏହି ମାମଲା ସହିତ ଜଡିତ ଅନେକ ତଥ୍ୟ ହାସଲ କରିଥିବା କଥା କହିଛନ୍ତି । ଯାଂଚ ବେଳେ ସାମ୍ନାକୁ ଆସିଛି କି ରାଜ କୁନ୍ଦ୍ରା ପ୍ରସ୍ତୁତ କରିଥିବା ଆପ୍ ରେ ୨୦ ଲକ୍ଷରୁ ଅଧିକ ସବସ୍କ୍ରାଇବର ଅଛନ୍ତି । ଅନ୍ୟପଟେ ୧୧୯ ଟି ଅଶ୍ଳୀଳ ଭିଡିଓକୁ କୁନ୍ଦ୍ରା ୧୨ ଲକ୍ଷ ଡଲାରରେ ବିକ୍ରି କରିବାକୁ ଯୋଜନା କରିଥିଲେ । ଏହାସହ ମୁମ୍ବାଇ ପୋଲିସ କହିଛି କି, ଦକ୍ଷିଣ ଆଫ୍ରିକାର ଏକ ସ୍ପୋର୍ଟସ୍ ବ୍ୟାଟିଂ କମ୍ପାନୀ କୁନ୍ଦ୍ରାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦେଇଛି । ଏଥିରୁ ପୋଲିସ ଅନୁମାନ କରୁଛି କି ଅଶ୍ଳୀଳ ଭିଡିଓରୁ ହେଉଥିବା ରୋଜଗାରକୁ କୁନ୍ଦ୍ରା ବ୍ୟାଟିଂରେ ଲଗାଉଥିଲେ । ପୋଲିସ କୋର୍ଟକୁ ଅନୁରୋଧ କରିଥିଲେ କି କୁନ୍ଦ୍ରା ୟେସ ବ୍ୟାଙ୍କ ଓ ୟୁନାଇଟେଡ ବ୍ୟାଙ୍କ ଅଫ୍ ଆଫ୍ରିକା ମଧ୍ୟରେ କରିଥିବା କାରବାରର ଯାଂଚ ପାଇଁ ଅନୁମତି ଦିଆଯାଉ ।