ରେଜ୍ ଫାଉଣ୍ଡେସନର ଆର୍ନ୍ତଜାତୀୟ ମହିଳା ଦିବସ ପାଳନ । “ ସ୍ୱଂୟସିଦ୍ଧା ସମ୍ମାନ ୨୦୨୩” ରେ ସମ୍ବର୍ଦ୍ଧିତ ହେଲେ ୧୮ ଜଣ ପ୍ରତିଭା

68

କନକ ବ୍ୟୁରୋ : ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନ ରେଜ୍ ଫାଉଣ୍ଡେସନ୍ ଦ୍ୱାରା ଆର୍ନ୍ତଜାତୀୟ ମହିଳା ଦିବସ – ୨୦୨୩ ମହା ଆଡମ୍ବରରେ ପାଳିତ ହୋଇଛି । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଲୋକପ୍ରିୟ କାର୍ଯ୍ୟକ୍ରମ “ସ୍ୱଂୟସିଦ୍ଧା ସମ୍ମାନ-୨୦୨୩” ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷର ଏହି ସମ୍ମାନ ଜନକ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣକୁ ଉଦଘାଟନ କରିଥିଲେ କଟକ ମହାନଗର ନିଗମର ଡେପୁଟି ମେୟର ଦମୟନ୍ତୀ ମାଝି । ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ଆଇ.ଏଚ୍.ଏମ୍.ର ପୂର୍ବତନ ଅଧ୍ୟକ୍ଷା ଆର୍ଯ୍ୟା କୁମାରୀ ପାଣିଗ୍ରାହୀ, ରୁଚି ଫୁଡ଼ଲାଇନର ନିର୍ଦ୍ଦେଶିକା ସଂଗୀତା ସାହୁ ଓ ସଲିନା ସାହୁ । ରେଜ୍ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ରଶ୍ମୀ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନୁଷ୍ଠାନର ଲକ୍ଷ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସେ ମହିଳା ଦିବସର ତାତ୍ପର୍ଯ୍ୟ ସଂପର୍କରେ କହିବା ସହ ଜଣେ ମହିଳା ସର୍ବଗୁଣ ସଂପର୍ଣ୍ଣା ବୋଲି ପ୍ରକାଶ କରିଥିଲେ ।

ସମ୍ମାନୀତ ଅତିଥି ଆର୍ଯ୍ୟା କୁମାରୀ ପାଣିଗ୍ରାହୀ କହିଥିଲେ ଯେ ନାରୀ ମାନେ ଜନ୍ମରୁ ହିଁ ଶକ୍ତିର ମୂର୍ତ୍ତିବନ୍ତ ପ୍ରତୀକ, ସେମାନେ ଚାହିଁଲେ ସବୁକିଛି କରି ପାରିବେ, ନୂଆ ରାଷ୍ଟ୍ର ସହ ନୂଆ ବିଶ୍ୱ ମଧ୍ୟ ନିର୍ମାଣ କରି ପାରିବେ । ନାରୀମାନେ କେବେ ବି ଅବଳା କି ଦୁର୍ବଳା ନୁହଁନ୍ତି ବୋଲି ପ୍ରକାଶ କରିଥିଲେ ସମ୍ମାନୀତ ଅତିଥି ଲିଙ୍କନ୍ ସୁବୁଦ୍ଧି । ଯେଉଁଠାରେ ନାରୀମାନଙ୍କୁ ପୂଜା କରାଯାଏ ସେହିଠାରେ ହିଁ ଦେବତାମାନେ ବାସ କରନ୍ତି ବୋଲି ପ୍ରକାଶ କରିଥିଲେ ସଲିନା ସାହୁ । ଯୁବ କଣ୍ଠଶିଳ୍ପୀ ଇଶିକା ଶର୍ମା ସଙ୍ଗୀତ ପରିବେଷଣ କରିବା ସହ ଉପସ୍ଥିତ ପ୍ରତିଭାମାନଙ୍କୁ ଉତ୍ସାହିତ କରିଥିଲେ ।

ଚଳିତ ବର୍ଷ “ସ୍ୱଂୟସିଦ୍ଧା ସମ୍ମାନ-୨୦୨୩” ରେ ୧୮ ଜଣ ପ୍ରତିଭାବାନ ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ମୁଖ୍ୟ ରଶ୍ମୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେଣ୍ଟ୍ ଜାଭିୟର୍ସ ସ୍କୁଲର ଟ୍ରଷ୍ଟି ସ୍ନିଗ୍ଧା ମହାନ୍ତିଙ୍କୁ ଶ୍ରେଷ୍ଠ ଶିକ୍ଷାନେତ୍ରୀ, ବସ୍ତିର ପିଲାମାନଙ୍କୁ ପାଠ ପଢାଇବାରେ ଗୁରୁ ଦାୟିତ୍ୱ ନେଇଥିବା ଶୁଭଲକ୍ଷ୍ମୀ ପୃଷ୍ଟିଙ୍କୁ ଶ୍ରେଷ୍ଠ ଉଦୀୟମାନ ଶିକ୍ଷାବିତ ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ, ଶ୍ରେଷ୍ଠ ଆଦର୍ଶ ମହିଳା ସମ୍ମାନରେ ଆୱେକେନର ପ୍ରତିଷ୍ଠାତ୍ରୀ ସ୍ୱାଗତୀକା ଆଚାର୍ଯ୍ୟ, କଳା ଓ ସଂସ୍କୃତି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଅମ୍ରିତା ସାବତ, ଅମ୍ରିତା ମହାନ୍ତି ଓ ମନୀଷା କରଙ୍କୁ ସମ୍ମାନୀତ କରାଯାଇଥିଲା । ସେହିପରି ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ସମ୍ମାନରେ ସୀମା ଅଗ୍ରୱାଲ ଓ ଡ଼ିମ୍ପଲ ନରୁଲାଙ୍କୁ ସମ୍ମାନିତ କରାଯାଇଥିଲା । ଶ୍ରେଷ୍ଠ ମହିଳା ସମ୍ବାଦିକ ଭାବେ ଐଶ୍ୱର୍ଯ୍ୟା ପରିଜା, ଶ୍ରେଷ୍ଠ ଉଦୀୟମାନ କଳାକାର ଭାବେ ଇଶିକା ଶର୍ମା, ଶ୍ରେଷ୍ଠ ମହିଳା ଉଦ୍ୟୋଗ ଭାବେ ମନୋରଞ୍ଜନ କ୍ଷେତ୍ରରେ ରେଡିଓ ଚକଲେଟ୍ ୧୦୪ ଏଫ୍. ଏମ୍. ଓ ସିଦ୍ଧାର୍ଥ ଏଫ୍.ଏମ୍. କୁ ସମ୍ମାନିତ କରାଯାଇଥିଲା । ସେହିପରି ଶ୍ରେଷ୍ଠ ସାମାଜିକ ଅନୁଷ୍ଠାନ ଭାବେ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ (ମହିଳା ୱିଙ୍ଗ୍) ଏବଂ ରବିନ୍ ହୁଡ୍ ଆର୍ମି (ମହିଳା ୱିଙ୍ଗ୍) କୁ ସମ୍ମାନୀତ କରାଯାଇଥିଲା । ଶ୍ରେଷ୍ଠ ସମାଜସେବୀ ଭାବେ ସୁନାମଣୀ ସ୍ୱାଇଁ ଓ ଲିପ୍ସାମଣି ବସ୍ତିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଶ୍ରେଷ୍ଠ ସାହାସିକ ମହିଳା ଭାବେ ଲାଲବାଗ ଥାନାର ସବ୍ ଇନିସପେକ୍ଟର ତୃପ୍ତିମୟୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଅତିଥିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେ ଶିଳ୍ପା ଦାସ, ଶ୍ରୀକାନ୍ତ ମହାପାତ୍ର ଓ ଆଦ୍ୟାଶା ପଟ୍ଟନାୟକ । ସମସ୍ତ ପ୍ରତିଭାମାନେ ରେଜ୍ ଫାଉଣ୍ଡେସନ୍ର ଏଭଳି ନିଆରା ପ୍ରୟାଶକୁ ପ୍ରସଂସା କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ରେଜ୍ ଫାଉଣ୍ଡେସନ୍ର ସଂପାଦକ ଅଭିନାଶ ସିଂ, ସଦସ୍ୟ ଅଶୁଂମାନ ପତି, ସଦସ୍ୟା ସାଗ୍ନିକା ମହାପାତ୍ର, ଦେବସ୍ମିତା ମିଶ୍ର ପ୍ରମୁଖ ।
କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସମ୍ବିତ କୁମାର ସେଠୀ । ସ୍ୱୟଂସିଦ୍ଧା କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଉଲ୍ଲାସ ଚନ୍ଦ୍ର ବେଉରା । ଟିମ୍ ହ୍ୱାଇଟ କାନଭାସ୍ ଇଭେଣ୍ଟସ୍ର ଚିଣ୍ଟୁ ମିଶ୍ର, ଅମୃତ ରଞ୍ଜନ ଦାଶ, ଅସିତ ସାମଲ, ସୌମ୍ୟଜିତ ପରିଡା, ଜ୍ଞାନରଞ୍ଜନ ରାୟ, ସନ୍ତୋଷ ନାୟକ ଓ ପତିତପାବନ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।