ପ୍ରଧାନମନ୍ତ୍ରୀଙ୍କ ପାଇଁ ଓଡ଼ିଶାରୁ ଗଲା ରାକ୍ଷୀ ; ଡାକଯୋଗେ ରାକ୍ଷୀ ପଠାଇଲେ ରାଇରଙ୍ଗପୁରର ମହିଳା ଓ ଛାତ୍ରଛାତ୍ରୀ 

 ପ୍ରଧାନମନ୍ତ୍ରୀଙ୍କ ପାଇଁ ଓଡ଼ିଶାରୁ ଗଲା ରାକ୍ଷୀ ; ଡାକଯୋଗେ ରାକ୍ଷୀ ପଠାଇଲେ ରାଇରଙ୍ଗପୁରର ମହିଳା ଓ ଛାତ୍ରଛାତ୍ରୀ 

କନକ ବ୍ୟୁରୋ: ଦିନ କେଇଟା ପରେ ରାକ୍ଷୀ ପୂର୍ଣ୍ଣିମା। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଓଡ଼ିଶାରୁ ପଠାଗଲା ରାକ୍ଷୀ। ପ୍ରଧାନମନ୍ତ୍ରୀଙ୍କ ପାଇଁ ରାକ୍ଷୀ ପଠାଇଲେ ମୟୂରଭଞ୍ଜର ମହିଳା। ରାଇରଙ୍ଗପୁରରେ ସହରରେ ଥିବା ବିଭିନ୍ନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ମଧ୍ୟ ରାକ୍ଷୀ ପଠାଯାଇଛି। ଡାକ ଯୋଗେ ନୂଆଦିଲ୍ଲୀକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଏହାକୁ ପଠାଯାଇଛି। ଏଥିପାଇଁ ପ୍ରୋଟେକଟିଭ୍ ରାକ୍ଷୀ କଭରର ମଧ୍ୟ ବ୍ୟବହାର କରାଯାଇଛି।

ଓଡ଼ିଶାର ଗର୍ବ ତଥା ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ ଏବେ ଦେଶର ରାଷ୍ଟ୍ରପତି। ମୟୂରଭଞ୍ଜ ମାଟିର ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ କରାଇବାରେ ମୋଦୀଙ୍କ ଅବଦାନ ରହିଛି। ଏଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇ ଜିଲ୍ଲାର ଛାତ୍ରଛାତ୍ର ଓ ମହିଳା ରାକ୍ଷୀ ପଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe