ଦୁର୍ଘଟଣା ନେଲା ରାଇରଙ୍ଗପୁର ଏସଡିଜେଏମ୍ ସ୍ମରଣିକା ପ୍ରଧାନଙ୍କ ଜୀବନ: ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇଲା କାର

184

କନକ ବ୍ୟୁରୋ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ରାଇରଙ୍ଗପୁରର ଏସଡିଜେଏମ୍ ସ୍ମରଣିକା ପ୍ରଧାନଙ୍କ ମୃତ୍ୟୁ । ଯଶୀପୁର ଥାନା ଅନ୍ତର୍ଗତ ଚାଇନେବଦା ନିକଟରେ ଏହି ଦୁର୍ଘଟଣା ଘଟିଛି । ଆଜି ଅପରାହ୍ନରେ ଏସଡିଜେମେ ସ୍ମରଣିକା ତାଙ୍କ ସ୍ୱାମୀଙ୍କ ସହ ରାଇରଙ୍ଗପୁରରୁ ନିଜ ଘରକୁ ଯାଉଥିଲେ । ଏହି ସମୟରେ ଚାଇନେବଦା ନିକଟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଡ୍ରାଇଭର ଗାଡି ଚଳାଉଥିଲେ । ଦୁର୍ଘଟଣା ପରେ ଉଭୟେ ଗାଡି ଭିତରେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଯଶୀପୁର ମେଡିକାଲରେ ଭ୍ର୍ତ୍ତି କରିଥିଲେ । ମେଡିକାଲରେ ସ୍ମରଣିକା ପ୍ରଧାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଏସଡିଏଜେଏମଙ୍କ ସ୍ୱାମୀ ଗୁରୁତର ହୋଇଛନ୍ତି । ଏସଡିଜେଏମ୍ଙ୍କ ଘର ଚିଲିକା ବୋଲି ଜଣାଯାଇଛି । କାଲି ସେ ପୁରୀ ଆସିବାର କାର୍ଯ୍ୟକ୍ରମ ଥିଲା । ସ୍ମରଣିକା ପ୍ରଧାନଙ୍କ ଦେଢବର୍ଷ ହେଲା ରାଇରଙ୍ଗପୁରକୁ ପୋଷ୍ଟିଂ ହୋଇଥିଲା ।