ଆଉ ସମୁଦ୍ରକୁ ବହି ଯିବନି ବର୍ଷା ଜଳ, ୫ଟି ବ୍ୟାରେଜ ନିର୍ମାଣ କରି ଜଳ ସଞ୍ଚୟ କରିବେ ସରକାର । ଚାଷ କାମରେ କରାଯିବ ବ୍ୟବହାର

1,259

କନକ ବ୍ୟୁରୋ : ଆଉ ସମୁଦ୍ରକୁ ବହି ଯିବନି ବର୍ଷା ଜଳ । ମହାନଦୀ ଦେଇ ସମୁଦ୍ରକୁ ବହି ଯାଉଥିବା ବର୍ଷା ଜଳକୁ ସଞ୍ଚୟ କରି ରଖିବେ ସରକାର । ହୀରାକୁଦ ଡ୍ୟାମର ତଳମୁଣ୍ଡରେ ମହାନଦୀରେ ନିର୍ମାଣ ହେବ ୫ଟି ବ୍ୟାରେଜ । ସମୁଦ୍ରକୁ ବହି ଯାଉଥିବା ପାଣିକୁ ରୋକିବା ପାଇଁ ହେବ ବ୍ୟବସ୍ଥା । ସମୁଦ୍ରକୁ ବହି ଯାଉଥିବା ବର୍ଷା ପାଣିକୁ ବ୍ୟାରେଜ ମାଧ୍ୟମରେ ଅଟକାଇ କୃଷି କାର୍ଯ୍ୟରେ ବିନିଯୋଗ କରିବା ପାଇଁ ଯୋଜନା କରୁଛନ୍ତି ସରକାର ।

ମହାନଦୀକୁ ନେଇ ରାଜ୍ୟ ସରକାରଙ୍କ ନୂଆ ଯୋଜନା । ହୀରାକୁଦ ତଳମୁଣ୍ଡରେ ନିର୍ମାଣ ହେବ ୫ଟି ନୂଆ ବ୍ୟାରେଜ । ସମୁଦ୍ରକୁ ବହିଯାଉଥିବା ପାଣିକୁ ଅଟକାଇ ଚାଷ କାମରେ ବ୍ୟବହାର କରାଯିବ । ତେବେ ଏନେଇ ସରକାରଙ୍କ ପକ୍ଷରୁ ବିଦ୍ଧିବଧ ଭାବେ ଘୋଷଣା ହୋଇନଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ୪ଟି ବ୍ୟାରେଜର ତଥ୍ୟ ମିଳିଛି । ସେହି ତଥ୍ୟ ଅନୁସାରେ ପ୍ରଥମ ବ୍ୟାରେଜଟି ସମ୍ବଲପୁର ଜିଲ୍ଲା ମାନେଶ୍ୱର ଦେଓଗାଁରେ ନିର୍ମାଣ ହେବ । ୭୧୫ କୋଟି ଟଙ୍କା ବ୍ୟୟରେ ୮.୫ ମିଟର ଉଚ୍ଚର ବ୍ୟାରେଜ କରାଯିବ । ଏଥିେରେ ୬୫.୬୯ ହେକ୍ଟର ମିଟର ପାଣି ଗଚ୍ଛିତ ରଖିବେ ରାଜ୍ୟ ସରକାର । ସେହିପରି ଦ୍ୱିତୀୟଟି ସୁବର୍ଣ୍ଣପୁର ଜିଲ୍ଲା ଖଇରମାଲରେ ହେବାକୁ ଥିବା ବଳେ ୧୦୯. ୮୫ କୋଟି ଖର୍ଚ୍ଚ ହେବ । ୫.୫ ମିଟର ଉଚ୍ଚତା ବିଶିଷ୍ଟ ବ୍ୟାରେଜରେ ୮୦୦୦ ହେକ୍ଟର ମିଟର ପାଣି ରହିବ । ସେହିପରି ତୃତୀୟଟି ବୌଦ୍ଧ ଜିଲ୍ଲା ଗୁଡେଶ୍ୱରରେ ହେବାକୁ ଥିବା ବଳେ ଏଥିପାଇଁ ଖର୍ଚ୍ଚ ହେବ ୧୦୬୬ କୋଟି ଟଙ୍କା । ୧୧ ହଜାର ୫୦ ମିଟର ପାଣି ଗଚ୍ଛିତ ରଖିବା ପାଇଁ ବ୍ୟାରେଜର ଉଚ୍ଚତା ୮ ମିଟର ରହିବ । ସେହିପରି ୯ ମିଟର ଉଚ୍ଚତା ବିଶିଷ୍ଟ ବ୍ୟାରେଜ କପାଶିରାରେ ୮୩୫ କୋଟି ବ୍ୟୟରେ ନିର୍ମାଣ ହେବ । ଏହାର ଜଳଧାରଣ କ୍ଷମତା ୧୦ ହଜାର ୪୦୦ ହେକ୍ଟର ମିଟର ରହିବ ବୋଲି ଜଣାପଡିଛି ।

ଏହି ୫ଟି ବ୍ୟାରେଜ ହେଲେ କୃଷିକାର୍ଯ୍ୟ ତ୍ୱରାନ୍ୱିତ ହେବ । ଖରା ଦିନେ ଉପର ମୁଣ୍ଡରୁ ପାଣି କମ୍ ଆସୁଥିବା ବେଳେ ବିଦ୍ୟୁତ ଉତ୍ପାଦନ ସାଙ୍ଗକୁ ପାଣି ମଧ୍ୟ ମହାନଦୀ ଧାରରେ ତଳକୁ ଚାଲିଯାଏ । ସେହି ପାଣିରୁ ଅଟକାଇ ଚାଷ କାମରେ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି ସରକାର । ।