ପର୍ଯ୍ୟଟକଙ୍କ ପାଇଁ ଅଡୁଆ ସାଜିଲା ବର୍ଷା । ଷ୍ଟାଚ୍ୟୁ ଅଫ୍ ୟୁନିଟି ଦେଖିବାକୁ ଆସି ହେଲେ ହନ୍ତସନ୍ତ ।

ଗୁଜୁରାଟରେ ନିର୍ମିତ ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖିବା ପାଇଁ ଅନେକ ଦୁରଦୁରାନ୍ତରରୁ ପର୍ଯ୍ୟଟକ ଏଠାକୁ ଆସିଥିବା ବେଳେ ବର୍ଷା ପର୍ଯ୍ୟଟକମାନଙ୍କ ପାଇଁ ଅଡୁଆ ସାଜିଛି ।

254

ଗୁଜୁରାଟରେ ନିର୍ମିତ ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖିବା ପାଇଁ ଅନେକ ଦୁରଦୁରାନ୍ତରରୁ ପର୍ଯ୍ୟଟକ ଏଠାକୁ ଆସିଥିବା ବେଳେ ବର୍ଷା ପର୍ଯ୍ୟଟକମାନଙ୍କ ପାଇଁ ଅଡୁଆ ସାଜିଛି । ଗୁଜୁରାଟ ବଡୋଦରାରେ ପ୍ରବଳ ବର୍ଷା ହେତୁ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। କିନ୍ତୁ ବର୍ଷା ଷ୍ଟାଚ୍ୟୁ ଅଫ୍ ୟୁନିଟି ବୁଲିବାକୁ ଆସିଥିବା ପର‌୍ୟ୍ୟଟକଙ୍କ ପାଇଁ ଏହା ଅସୁବିଧାର କାରଣ ପାଲଟିଥିଲା।

ପ୍ରାପ୍ତ ସୂଚନା ଅନୁସାରେ, ବର୍ଷା ହେତୁ ଷ୍ଟାଚ୍ୟୁ ଅଫ୍ ୟୁନିଟିର ଦର୍ଶକ ଗ୍ୟାଲେରିରେ ପାଣି ଭରି ଯାଇଥିଲା। ଦର୍ଶକ ଗ୍ୟାଲେରି ବହୁ ଉଚ୍ଚରେ ନିର୍ମିତ ହୋଇଥିବା ହେତୁ କିଛି କ୍ଷତି ତ ହୋଇ ନଥିଲା। କିନ୍ତୁ ଗ୍ୟାଲେରିଟି ସମ୍ପୂର୍ଣ୍ଣ ପାଣିରେ ଭର୍ତ୍ତି ହୋଇ ଯାଇଥିଲା। ଗ୍ୟାଲେରି ଭିତରୁ ଏହି ବର୍ଷା ପାଣିକୁ ବାହାର କରିବା କାମ ଜୋରସୋର ଆରମ୍ଭ ହୋଇଯାଇଛି। ପାଗ କୋହଲା ଥିବା ହେତୁ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ଜମି ରହିଥିଲା। ଏଭଳି ପରିସ୍ଥିତିରେ ଦର୍ଶକ ଗ୍ୟାଲେରିରେ ବର୍ଷା ପାଣି ଭରିଯିବା ଫଳରେ ଲୋକମାନଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଥିଲା ।