ଭାରତ ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟରେ ବର୍ଷା ବାଧକ : ପ୍ରଥମ ସେସନ ପରେ ଅଟକିଛି ଖେଳ

ସେପଟେ ଭାରତୀୟ ଦଳକୁ ଫେରିଲେ ରୋହିତ ଶର୍ମା; ଯୁବ ପେସର ନଭଦୀପ ସୈନିଙ୍କୁ ମିଳିଲା ଟେଷ୍ଟ ଡେବ୍ୟୁ କ୍ୟାପ୍

61

କନକ ବ୍ୟୁରୋ : ଆଜି ଠାରୁ ସିଡନୀରେ ଆରମ୍ଭ ହୋଇଛି ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟଟେଷ୍ଟ । ଏହି ମ୍ୟାଚରେ ବର୍ଷା ବାଧକ ହୋଇଛି । ପ୍ରଥମ ସେସନ ଖେଳରେ ବର୍ଷା ବାଧା ଦେବାରୁ ମ୍ୟାଚ୍ ଅଟକି ରହିଛି । ଗ୍ରାଉଣ୍ଡସ୍ ମ୍ୟାନ୍ ପଡିଆରେ କଭର ପକାଇ ବର୍ଷା ବନ୍ଦ ହେବାକୁ ଅପେକ୍ଷା କରିଛନ୍ତି । ପ୍ରଥମେ ବ୍ୟାଟିଂ କରି କଙ୍ଗାରୁ ଦଳକୁ ଲାଗିଛି ଝଟକା । ଶସ୍ତାରେ ଆଉଟ୍ ହୋଇଛନ୍ତି ଦଳର ଷ୍ଟାର ଓପନର ଡେଭିଡ ୱାର୍ଣ୍ଣର ।

୭ ଓଭର ଗୋଟିଏ ବଲ ଖେଳ ବେଳକୁ ଅଷ୍ଟ୍ରେଲିଆ ୧ ୱିକେଟ୍ ହରାଇ ୨୧ ରନ୍ କରିଥିଲା । ଏହା ପରଠାରୁ ବର୍ଷା ପାଇଁ ମ୍ୟାଚ୍ ବନ୍ଦ ରହିଛି । ଆଜି ସିଡନୀ ଟେଷ୍ଟ ପାଇଁ ଭାରତୀୟ ଦଳରେ ଦୁଇଟି ପରିବର୍ତନ ହୋଇଛି । ଓପନିଂରୁ ଖରାପ ପ୍ରଦର୍ଶନ ପାଇଁ ବାଦ୍ ପଡିଛନ୍ତି ମୟଙ୍କ ଅଗ୍ରୱାଲ । ତାଙ୍କସ୍ଥାନ ନେଇଛନ୍ତି ରୋହିତ ଶର୍ମା । ସେପଟେ ଆହତ ଉମେଶ ଯାଦବଙ୍କ ସ୍ଥାନରେ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ନଭଦୀପ ସୈନି । ଆଜି ଏହି ମ୍ୟାଚ ଜରିଆରେ ନଭଦୀପ ସୈନି ଟେଷ୍ଟ ଡେବ୍ୟୁ କରିଛନ୍ତି ।

Comments are closed.