ବର୍ଷା ଆଣିଦେଲା ତାତିରୁ ଆଶ୍ୱସ୍ତି ! ରାଜଧାନୀ ଓ ଆଖପାଖ ଅଂଚଳରେ ଗତକାଲି ସନ୍ଧ୍ୟାରୁ ପ୍ରବଳ ବର୍ଷା

43

କନକ ବ୍ୟୁରୋ : ତାତିରୁ ମିଳିଛି ଆଶ୍ୱସ୍ତି । ପ୍ରଚଣ୍ଡ ରୌଦ୍ର୍ୟ ତାପରେ ସନ୍ତୁଳି ହେଉଥିଲେ ସାଧାରଣ ଲୋକେ । ଦିନ ୧୧ ପରେ ଘରୁ ବାହାରିବା ସମ୍ଭବ ହେଉନଥିଲା । ପ୍ରବଳ ତାତି ସହ ରାଜ୍ୟରେ ବିଭିନ୍ନ ଅଂଚଳରେ ପାଣି ସମସ୍ୟା ପାଇଁ ଡହକ ବିକଳ ହେଉଥିଲେ ଲୋକେ । ପାଣି ପାଇଁ କିଏ ନାଳ ପୋଖରୀ ଉପରେ ନିର୍ଭର କରୁଥିଲା ତ ଆଉ କିଏ ରାତି ତମାମ ଅନିଦ୍ରା ରହୁଥିଲା । ଖରାର ପ୍ରକୋପ ଏତେ ଥିଲା ଯେ କେବେ ଟିକିଏ ବର୍ଷା ହେବ ବୋଲି ଚାହିଁ ସମସ୍ତେ ରହିଥିିଲେ ।

rain

ଗତକାଲି ରାତିରୁ ବର୍ଷା ଫଳରେ ଅସହ୍ୟ ଗରମ ତାତିରୁ ମିଳିଛି ଆଶ୍ୱସ୍ତି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ କାଳ ବୈଶାଖୀ ପ୍ରଭାବରେ ଉପକୂଳ ଓଡିଶାର ସମସ୍ତ ସ୍ଥାନରେ ବର୍ଷା ଲାଗିରହିଛି । ଆଗାମୀ ମେ ୪ରୁ ୫ ତାରିଖ ଯାଏଁ ସାରାଓଡିଶା ତାତି କମିବା ସହ ଉପକୂଳ ଓଡିଶାରେ କାଳ ବୈଶାଖୀର ପ୍ରଭାର ଅନୁଭୂତ ହେବ । ଗତକାଲି ୬ଟି ଜିଲ୍ଲାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ହେଲେ ସଂଧ୍ୟା ସାଢେ ୫ଟା ସୁଦ୍ଧା ଭୁବନେଶ୍ୱରରେ ୩, ବାଲେଶ୍ୱରରେ ୨, ପାରାଦୀପରେ ଶୂନ ଦଶମିକ ୫, ଜଗତସିଂହପୁରରେ ୬ ଓ ପୁରୀରେ ସର୍ବାଧିକ ୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।