କନକ ବ୍ୟୁରୋ : ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଏହି ଲଘୁଚାପ ଜନିତ ବର୍ଷା ୧୯ ତାରିଖ ଯାଏଁ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚାନ ମିଳିଛି । ସେପଟେ ଆସନ୍ତାକାଲି ୮.୩୦ ପର୍ଯ୍ୟନ୍ତ ରାଜ୍ୟର ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ରେଡ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାମାନଙ୍କ ମଧ୍ୟରେ ରହିଛି ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବରଗଡ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, କେନ୍ଦୁଝର ଓ ସୁନ୍ଦରଗଡ । ଅନ୍ୟପଟେ ୧୯ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ରେଡ ୱାଣ୍ଣିଂ ଜାରି କରାଯାଇଛି ।

Advertisment

ଅଗଷ୍ଟ ୧୫-୧୬ ମଧ୍ୟରେ ୫ ଟି ଜିଲ୍ଲାରେ ବର୍ଷା ନେଇ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲାମାନଙ୍କ ମଧ୍ୟରେ ରହିଛି ନୂଆପଡା, ବରଗଡ, ସୁନ୍ଦରଗଡ ଓ ଝାରସୁଗୁଡା । ଅଗଷ୍ଟ ୧୭ ଓ ୧୮ ତାରିଖରେ ୩ ଟି ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ଏହି ସମୟରେ କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅଗଷ୍ଟ ୧୮ ଓ ୧୯ ତାରିଖରେ ୨୨ ଜିଲ୍ଲାରେ ବର୍ଷା ହେବା ନେଇ ସୂଚନା ମିଳିଛି ।

ସେପଟେ ପାଣିପାଗ ବିଭାଗର ସୂଚନା ମୁତାବକ ଆସନ୍ତାକାଲି ସୋମବାର କିଛି ସ୍ଥାନରେ ୪୫ ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ ।