ମୃତ୍ୟୁ ପରେ ବି ଦୁନିଆ ଦେଖିବ ରାଇମୋହନଙ୍କ ଆଖି । ସଫଳତାର ସହ ଜଣେ ଦୃଷ୍ଟିହୀନଙ୍କଠାରେ ଚକ୍ଷୁ ପ୍ରତିରୋପଣ ହୋଇଛି କହିଲେ ଟେକ୍ନିସିଆନ ।

210

କନକ ବ୍ୟୁରୋ: ମୃତ୍ୟୁ ପରେ ବି ଅମର ହୋଇଯାଇଛନ୍ତି ରାଇମୋହନ । ରାଇମୋହନଙ୍କ ଆଖିରେ ଦୁନିଆ ଦେଖିବେ ଜଣେ ବ୍ୟକ୍ତି । ତାଙ୍କ ଆଖିକୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରେ ପ୍ରତିରୋପଣ କରାଯାଇଛି । ନିୟମ ଅନୁସାରେ, ସେହି ବ୍ୟକ୍ତିଙ୍କ ପରିଚୟକୁ ଗୋପନ ରଖାଯାଇଛି । ରାଇମୋହନ ତାଙ୍କର ଆଖିଦାନ କରିବାକୁ ଇଛାପ୍ରକାଶ କରଥିଲେ । ଆଉ ମୃତ୍ୟୁ ପରେ ତାଙ୍କ ଆଖିକୁ ନେଇଥିଲେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ ।

ଗୋଟିଏ ପଟେ ରାଇମୋହନଙ୍କ ଆତ୍ମହତ୍ୟାର କାରଣ ଖୋଜା ଚାଲିଥିବାବେଳେ ଆଉ ଗୋଟିଏ ପଟେ ଚାଲିଥିଲା ଆଉ ଜଣକ ଦେହରେ ରାଇମୋହନଙ୍କ ଆଖି ପ୍ରତ୍ୟାରୋପଣ । ଏ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଇପାରେ ଯେ ରାଇମୋହନଙ୍କ ଆଖି ଆଉ ଜଣକ ଦେହରେ ଲାଗିସାରିଛି ଏବଂ ସେ ବ୍ୟକ୍ତି ରାଇମୋହନଙ୍କ ଆଖିରେ ଏବେ ଦୁନିଆ ଦେଖୁଥିବେ ।

ମୃତ୍ୟୁ ପରେ ସେ ନିଜ ଦୁଇ ଆଖିକୁ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ରାଜଧାନୀର ଏଲଭି ପ୍ରସାଦ ଆଇ ଇନିଷ୍ଟିଚ୍ୟୁଟର ଏହି ମହିଳା ଟେକନିସିଆନଙ୍କୁ ସେ ଏ ବିଷୟରେ କହିଥିଲେ । କିନ୍ତୁ ଏ ନେଇ ଲେଖାପଢା ହୋଇନଥିଲା । ରାଇମୋହନଙ୍କ ମୃତ୍ୟୁ ପରେ ଏହି ମହିଳା ଜଣକ ରାଇମୋହନଙ୍କ ପରିବାର ଲୋକଙ୍କୁ ଏ ନେଇ ବୁଝାଇବାକୁ ଚେଷ୍ଟା କରିଥିଲେ । ଶେଷରେ ରାଇମୋହନଙ୍କ ପରିବାର ରାଜି ହୋଇଯାଇଥିଲେ । ଆଉ ସେହି ଅନୁସାରେ ତାଙ୍କ ଦୁଇ ଆଖିକୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଅନ୍ୟ ଲୋକଙ୍କ ଆଖିରେ ପ୍ରତ୍ୟାରୋପଣ କରିଛନ୍ତି ।