ଚଳନ୍ତା ଟ୍ରେନରୁ ଖସିପଡୁଥିଲେ ମହିଳା ! ପୋଲିସବାବୁ ଦେଖାଇଲେ ସାହସିକତା, ନିଜ ଜୀବନ ବାଜି ଲଗାଇ ବଞ୍ଚାଇଲେ ମହିଳାଙ୍କ ଜୀବନ ।

33

ମୁମ୍ବାଇଠାରେ ପ୍ରାୟ ୨୦ ବର୍ଷ ମଧ୍ୟରେ ଅନେକ ଜୀବନ କେବଳ ଯତ୍ନହୀନତା ଓ ଖାମଖିଆଲି ହେତୁ ଯାଇଛି । ଏଥିମଧ୍ୟରୁ ଅଧିକାଂଶ ଜୀବନ ରେଳ ଧାରଣାରେ ଯାଇଥିବା ଦେଖିବାକୁ ମିଳିଛି । ୨୦୧୭ରେ ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସେହି ବର୍ଷ ପ୍ରାୟ ୩,୨୦୨ ଯାତ୍ରୀ ରେଳଧାରଣାରେ ନିଜ ଜୀବନ ହରାଇଛନ୍ତି । ଏହି ସବୁ ଘଟଣା ହେତୁ ମୁମ୍ବାଇ ପ୍ଲାଟଫର୍ମ ଏବେ ‘କିଲର୍ ପ୍ଲାଟଫମ’ ନାମରେ ଦେଶରେ ପରିଚିତ ହୋଇଗଲାଣି ।

ମାତ୍ର ନିକଟରେ ଇଣ୍ଟରନେଟରେ ଏପରି ଏକ ଭିଡିଓ ଭାଇରାଲ୍ ହୋଇଛି ଯାହା ଦେଖିବା ପରେ ଆପଣ ଏକଦମ ଖୁସି ହୋଇଯିବେ । ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ଜଣେ ରେଲୱେ ପୁଲିସ୍ ଫୋର୍ସ (ଆରପିଏଫ) ଯବାନ ନିଜ ଜୀବନକୁ ବାଜି ଲଗାଇ ରେଳଧାରଣାରୁ ଖସି ଚଳନ୍ତା ରେଳ ତଳକୁ ଚାଲି ଯାଉଥିବା ଜଣେ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି ।

ଓହ୍ଲାଇବା ସମୟରେ ମହିଳା ଜଣଙ୍କର ଶାଢ଼ି ଟ୍ରେନରେ  ଲାଗିଯିବାରୁ ସେ ଚଳନ୍ତା ଟ୍ରେନ୍ ଅଡ଼କୁ ଭିଡି ହୋଇ ଚାଲି ଯାଉଥିଲେ । ଏଣେ ଶାଢ଼ିଟି ଟ୍ରେନରେ ଲାଗିଥିବାରୁ ସେ ଘୋଷାରି ହୋଇ ଯାଉଥିବାର ଭିଡିଓରେ ଦେଖିବାକୁ ମିଳୁଛି । ମାତ୍ର ସେହି ସମୟରେ ଆରପିଏଫ୍ କର୍ମୀ ଜଣକ ଦୌଡ଼ି ଦୌଡ଼ି ମହିଳାଙ୍କୁ ଭିଡି ନେଇ ସେହି ବିପଦକୁ ମୁକ୍ତ କରି ତାଙ୍କୁ ବାହାରକୁ ଟାଣି ଆଣୁଥିବାର ଦେଖିବାକୁ ମିଳୁଛି ।