ହାତୀଙ୍କୁ ମିଳିଲା ଭାରତୀୟ ରେଳବାଇର ସାଥ : ହାତୀଙ୍କୁ ବଂଚାଇବା ପାଇଁ ମହୁମାଛି ସାଜିଲେ ବରଦାନ । ସଫଳ ହେଲା ରେଲୱେର ‘ପ୍ଲାନ ମହୁମାଛି ‘
ଦେଶର ପୂର୍ବୋତ୍ତର ଭାଗରେ ଟ୍ରେନ୍ ଧକ୍କାରେ ହାତୀଙ୍କ ମୃତ୍ୟୁ ଖବର ଆମକୁ ଶୁଣିବାକୁ ମିଳେ । ଏହି ଖବର ଓ ତଥ୍ୟ ଚିନ୍ତାର ବିଷୟ । ପ୍ରତିବର୍ଷ ଅନେକ ହାତୀ ଟ୍ରେନ୍ ଧକ୍କାରେ ନିଜ ଜୀବନ ହରାନ୍ତି । କିନ୍ତୁ ରେଳବାଇ ଏହି ଦିଗରେ କାର୍ଯ୍ୟାନୁଷ୍ଠାନ ନେଇଛି । ଏଥିପାଇଁ ସେମାନେ ପ୍ଲାନ ମହୁମାଛି ପ୍ରସ୍ତୁତ କରିଛନ୍ତି । ଖୁସିର କଥା ଏହା ଯେ, ଏହି ଅଭିଯାନର ସକାରାତ୍ମକ ପରିଣାମ ସାମନାକୁ ଆସିଛି । କେନ୍ଦ୍ରୀୟ ମନ୍ତ୍ରୀ ପିୟୁଷ ଗୋଏଲ ଏକ ଭିଡିଓ ଜାରି କରି ଏହି ପ୍ଲାନର ସଫଳତା ବିଷୟରେ ଜଣାଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
रेलवे ने हाथियों को ट्रेन हादसों से बचाने के लिए “Plan Bee” के तहत रेलवे-क्रासिंग पर ऐसे ध्वनि यंत्र लगाए हैं जिनसे निकलने वाली मधुमक्खियों की आवाज से हाथी रेल पटरियों से दूर रहते हैं और ट्रेन हादसों की चपेट में आने से बचते हैं। pic.twitter.com/VtEbv6LCgt
— Piyush Goyal (@PiyushGoyal) September 7, 2018
ଏହି ପ୍ଲାନରେ ମହୁମାଛିଙ୍କ ସହାୟତା ନେଇଛନ୍ତି । ରେଳବାଇ ହାତୀଙ୍କୁ ରେଳ ଦୁର୍ଘଟଣାରୁ ବଂଚାଇବା ପାଇଁ ପ୍ଲାନ ବି ଅଧିନରେ ରେଲୱେ କ୍ରସିଙ୍ଗରେ ଏମିତି ଧ୍ୱନି ଯନ୍ତ୍ର ଲଗାଇଛନ୍ତି । ସେଥିରୁ ବାହାରୁଥିବା ମହୁମାଛିଙ୍କ ଧ୍ୱନି ଠାରୁ ହାତୀ ରେଳ ଲାଇନ ଠାରୁ ଦୂରେଇ ରୁହନ୍ତି ଓ ଟ୍ରେନ୍ ପରିସରକୁ ଆସିବାରୁ ବଂଚିବେ । ଏହି ଯୋଜନା ମୁତାବକ ୨୦୦୦ ଟଙ୍କାର ଏକ ଡିଭାଇସ୍ ପ୍ରଥମେ ଗୌହାଟୀ ରେଳ ଷ୍ଟେସନର ଲେବେଲ୍ କ୍ରସିଂ ଠାରେ ଲଗାଯାଇଥିଲା। ଡିଭାଇସଟିରୁ ମହୁମାଛି ଗୁଣୁଗୁଣୁ ହେବା ପରି ଶବ୍ଦ ହେଉଥିବାରୁ ହାତୀମାନେ ଭୟରେ ଆଉ ପୂର୍ବ ପରି ଆସିଲେ ନାହିଁ। ମହୁମାଛି ହାତୀମାନଙ୍କର ପ୍ରାକୃତିକ ଶତ୍ରୁ ବୋଲି ଆପଣ ଜାଣିଥିବେ ନିଶ୍ଚୟ। ଏହି ଶବ୍ଦ ୬୦୦ ମିଟର ଦୂର ପର୍ଯ୍ୟନ୍ତ ଶୁଭାଯାଉଛି। ଏହି ଡିଭାଇସ ଦେଶର ବିଭିନ୍ନ ରେଳ କ୍ରସିଂରେ ଲାଗିବା ପରେ ଏବେ ହାତୀ ମୃତ୍ୟୁ ସଂଖ୍ୟା ଆଶାତୀତ କମ୍ ହୋଇଥିବା ଦେଖିବାକୁ ମିଳୁଛି।