ଭାରତରେ ଗଡିବ ‘ହାଇଡ୍ରୋଜେନ୍ ଟ୍ରେନ୍’ : ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା

120

କନକ ବ୍ୟୁରୋ : ଭାରତୀୟ ରେଳପଥରେ ଯୋଡି ହେବାକୁ ଯାଉଛି ନୂଆ ଅଧ୍ୟାୟ । ଖୁବଶୀଘ୍ର ହାଇଡ୍ରୋଜେନ୍ ଟ୍ରେନ ଭାରତରେ ଗଡିବ । ୨୦୨୩ରେ ହାଇଡ୍ରୋଜେନ୍ ଟ୍ରେନ୍ ଭାରତୀୟ ରେଳପଥରେ ଗଡିବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହାର ଅର୍ଥ ହାଇଡ୍ରୋଜେନ୍ ଇନ୍ଧନରେ ଟ୍ରେନ୍ ଚାଲିବ । ଭାରତୀୟ ରେଳପଥ ଏ ଦିଗରେ କାମ କରିବା ଆରମ୍ଭ କରିଛି ।

ଆସନ୍ତା ବର୍ଷ ସ୍ୱାଧିନତା ଦିବସ ଅବସରରେ ଭାରତରେ ହାଇଡ୍ରୋଜେନ୍ ଟ୍ରେନର ଶୁଭାରମ୍ଭ ବୋଲି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ । ବିଶ୍ୱରେ ପ୍ରଥମ ଦେଶ ଭାବେ ଜର୍ମାନୀରେ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା । ଗତ ଅଗଷ୍ଟ ମାସରେ ଜର୍ମାନୀରେ ଗଡିଥିଲା ହାଇଡ୍ରୋଜେନ୍ ଟ୍ରେନ୍ । ଜର୍ମାନୀକୁ ବାଦ୍ ଦେଲେ ଅନ୍ୟ କୌଣସି ଦେଶରେ ଏହି ଅତ୍ୟାଧୁନିକ ସେବା ଆରମ୍ଭ ହୋଇନାହିଁ । ହେଲେ ଭାରତ ସରକାର ଏ ଦିଗରେ କାମ କରିବା ଆରମ୍ଭ କରିଛନ୍ତି ।

ଆଉ ସବୁଠାରୁ ବଡ କଥା ହେଉଛି ଏହି ହାଇଡ୍ରୋଜେନ୍ ଟ୍ରେନର ଡିଜାଇନଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ସବୁକିଛି ଭାରତରେ ହେବ । ବିଶେଷଜ୍ଞଙ୍କ କହିବା ଅନୁସାରେ ହାଇଡ୍ରୋଜେନ୍ ଇନ୍ଧନ ପାରମ୍ପରିକ ଇନ୍ଧନ ଠାରୁ ଅଧିକ ଉନ୍ନତ ଓ ଅତ୍ୟାଧୁନିକ । ସାଢେ ୪ କେ.ଜି ଡିଜେଲରେ ଟ୍ରେନ୍ ଯେତିକି ବାଟ ଯିବ ୧ କେ.ଜି ହାଇଡ୍ରୋଜେନ୍ ଇନ୍ଧନରେ ଟ୍ରେନ୍ ସେତିକି ବାଟ ଗଡିବ । ଅର୍ଥାତ୍ ହାଇଡ୍ରୋଜେନ୍ ଟ୍ରେନରେ ଇନ୍ଧନର ବ୍ୟବହାର କମିବ ।

୨୦୨୩ରେ ଗଡ଼ିବ ‘ହାଇଡ୍ରୋଜେନ୍’ ଟ୍ରେନ୍

– ଭାରତୀୟ ରେଳପଥରେ ଆରମ୍ଭ ହେବ ନୂଆ ଅଧ୍ୟାୟ
– ଖୁବ ଶୀଘ୍ର ଭାରତରେ ଗଡ଼ିବ ହାଇଡ୍ରୋଜେନ୍ ଟ୍ରେନ୍
– ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା
– ୨୦୨୩ରେ ଦେଶରେ ଗଡ଼ିବ ହାଇଡ୍ରୋଜେନ୍ ଟ୍ରେନ୍
– ୨୦୨୩ ସ୍ୱାଧିନତା ଦିବସରେ ସ୍ୱତନ୍ତ୍ର ଟ୍ରେନ୍ର ଶୁଭାରମ୍ଭ
– ଟ୍ରେନର ଡିଜାଇନଠାରୁ ଆରମ୍ଭ କରି ନିର୍ମାଣ ଭାରତରେ ହେବ
– ପ୍ରଥମ ଦେଶ ଭାବେ ଜର୍ମାନୀ ଆରମ୍ଭ କରିଥିଲା ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳ
– ଅଗଷ୍ଟ, ୨୦୨୨ରେ ଜର୍ମାନୀରେ ସ୍ୱତନ୍ତ୍ର ରେଳସେବା

କ’ଣ ଏହି ହାଇଡ୍ରୋଜେନ୍ ଟ୍ରେନ୍ ?

– ହାଇଡ୍ରୋଜେନ୍ ଇନ୍ଧନରେ ଚାଲୁଥିବା ରେଳ ହାଇଡ୍ରୋଜେନ୍ ଟ୍ରେନ୍
– ହାଇଡ୍ରୋଜେନ୍ ଇନ୍ଧନ ପାରମ୍ପରିକ ଇନ୍ଧନ ଠାରୁ ଅଧିକ ଉନ୍ନତ
– ୧ କେ.ଜି ହାଇଡ୍ରୋଜେନ୍ ଇନ୍ଧନ, ସାଢେ ୪ କେ.ଜି ଡିଜେଲ ସହ ସମାନ୍
– ଅର୍ଥାତ୍ ହାଇଡ୍ରୋଜେନ୍ ଟ୍ରେନ୍ରେ ଇନ୍ଧନର ବ୍ୟବହାର କମିବ
– ହାଇଡ୍ରୋଜେନ୍ ଇନ୍ଧନ ପରିବେଶ ଉପଯୋଗୀ
– ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ
– ଗୋଟିଏ ହାଇଡ୍ରୋଜେନ୍ ଟ୍ୟାଙ୍କର ଟ୍ରେନକୁ ୧ ହଜାର କି.ମି. ନେଇପାରିବ
– ଏହି ଟ୍ରେନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୪୦ କିଲୋମିଟର