ରେଳମନ୍ତ୍ରୀ ପୀୟୁଷ ଗୋୟଲ୍ ବେକାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ଭାରତୀୟ ରେଳବାଇରେ ଖୁବ ଶୀଘ୍ର ୪ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପୀୟୁଷ ଗୋୟଲ କହିଛନ୍ତି ଗତ ବର୍ଷ ଦେଢ଼ ଲକ୍ଷ ଲୋଙ୍କୁ ଚାକିରି ସୁଯୋଗ ମିଳିଥିଲା । ଅଗାମୀ ୨ ବର୍ଷରେ ପାଖାପାଖି ୪ ଲକ୍ଷ କର୍ମଚାରୀ ଚାକିରିରୁ ଅବସର ଗ୍ରହଣ କରିବେ । ଆଉ ସେମାନଙ୍କ ସ୍ଥାନରେ ନିଯୁକ୍ତି ସୁଯୋଗ ପାଇବେ ବେକାର ଯୁବକ ଯୁବତୀ । ତେବେ ଖୁବ ଶୀଘ୍ର ଭାରତୀୟ ରେଳବାଇରେ ୨ ଲକ୍ଷ ୩୦ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଏବେ ରେଳବାଇରେ ମୋଟ୍ ୧ ଲକ୍ଷ ୩୨ ହଜାର ପଦ ଖାଲି ଅଛି ।
Kanak News is now on WhatsApp
Join and get latest news updates delivered to you via WhatsApp
पिछले वर्ष हमने डेढ लाख लोगों को नौकरी देने का अवसर प्रदान किया था, अगले दो वर्षों में सेवानिवृति से होने वाली वैकेंसी और अन्य स्थानों के लिये कुल मिलाकर 4 लाख लोगों को नौकरी का अवसर रेलवे देने जा रहा है: @PiyushGoyal
— Piyush Goyal Office (@PiyushGoyalOffc) January 23, 2019
ସୂଚନାଯୋଗ୍ୟ ନୂଆ ପଦରେ ହେଉଥିବା ନିଯୁକ୍ତିରେ ଆର୍ଥିକ ଗରିବଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ । ଦୁଇଟି ପର୍ଯ୍ୟାୟରେ ବେକାର ଯୁବକ ଯୁବତୀଙ୍କୁ ଦିଆଯିବ ନିଯୁକ୍ତି । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୩୧ ହଜାର ୪୨୮ ପଦ ପାଇଁ ନୋଟିଫିକେସନ୍ ଜାରି କରାଯିବ । ଏବଂ ଦ୍ୱିତୀୟ ପର୍ଯ୍ୟୟରେ ୯୯ ହଜାର ପଦ ପାଇଁ ନୋଟିଫିକେସନ୍ ଜାରି କରାଯିବ । ତେବେ ଏହି ନିଯୁକ୍ତ ପାଇଁ ୨୦୨୦ ମେ ଓ ଜୁନରେ ନୋଟିଫିକେସନ୍ ଜାରି କରାଯିବ ।
ନିଯୁକ୍ତ ଘୋଷଣା ବ୍ୟତୀତ ରେଳମନ୍ତ୍ରୀ ପୀୟୁଷ ଗୋୟଲ୍ ପୂର୍ବତନ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ପୂର୍ବତନ ସରକାର ମଧ୍ୟ ଆଜି ପରି ରେଲୱେରେ ନିବେଶ କରିଥିଲେ ଆଜି ଏପରି ଅସୁବିଧା ହୋଇନଥାନ୍ତା ।