ଆଜି କଂଗ୍ରେସର ଓଡିଶା ବନ୍ଦ ଡାକରା: ଜାଣନ୍ତୁ, କ’ଣ ଖୋଲା କ’ଣ ବନ୍ଦ?

161

କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ୬ ଘଂଟିଆ ବନ୍ଦ ପାଳନ । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଏହି ବନ୍ଦ ପାଳନ କରାଯିବ । ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଏହି ବନ୍ଦ ପାଳନ ହେବ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି । ତେବେ ଜାଣନ୍ତୁ ଏହି ସମୟରେ କଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ…

ବନ୍ଦ ରହିବ 

  • ପେଟ୍ରୋଲ ପମ୍ପ
  • ଘରୋଇ ବସ
  • ସମସ୍ତ ଶିକ୍ଷାନୁଷ୍ଠାନ
  • ଦୋକାନ ବଜାର
  • ଗାଡି ଚଳାଚଳ

ଖୋଲା ରହିବ

  • ଔଷଧ ଦୋକାନ
  • ସ୍ୱାସ୍ଥ୍ୟସେବା ଜାରି ରହିବ
  • ଆମ୍ବୁଲାନ୍ସ ଏବଂ ଦୁଗ୍ଧ ଗାଡି ବନ୍ଦରୁ ବାଦ
  • ବାହାଘର ଓ ଅନ୍ତିମ ସଂସ୍କାର ଗାଡି ଚାଲିବ
  • ଜରୁରୀକାଳୀନ ସେବା ବନ୍ଦ ପାଳନରୁ ବାଦ