କ୍ୟାମେରାରେ କଏଦ ହେଲା ରାହୁଲଙ୍କ ଭିଡିଓ, ଜାଣନ୍ତୁ କିଭଳି ସ୍ଥିତିରେ ରହିଛି ଏହି ୧୦ ବର୍ଷର ବାଳକ

360

କନକ ବ୍ୟୁରୋ : କ୍ୟାମେରାରେ ନିଆଯାଇଥିବା ରାହୁଲର ଏହି ଚିତ୍ର ବୟାନ କରୁଛି, ଏହି ୧୦ ବର୍ଷର ବାଳକ ହାରି ଯାଇନାହିଁ, ସାହାସର ଲଢେଇ କରୁଛି । ତା’ ସ୍ଥାନରେ ଯଦି ଆଉ କେହି ଥା’ନ୍ତା ବୋଧ ହୁଏ ଡରିଯାଇଥା’ନ୍ତା ଏବଂ ଏହାର ପରିଣାମ ବି ଅନ୍ୟ କିଛି ହୋଇଥାନ୍ତା । କିନ୍ତୁ ଦିବ୍ୟାଙ୍ଗ ରାହୁଲ ଖୁବ୍ ସାହାସର ସହ ମାଟିର ୬୦ ଫୁଟ ତଳେ ଅନ୍ଧାର ଓ ପାଣି ସହ ଲଢେଇ କରୁଛି । ରାହୁଲର ଏହି ଦମ୍ଭ ଉଦ୍ଧାରକାରୀ ଟିମ୍ ଓ ପ୍ରଶାସନକୁ ବି ସାହାସ ଦେଉଛି । ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା କହିଛନ୍ତି, ରାହୁଲ ପୂର୍ବ ଠାରୁ ଟିକେ ଦୁର୍ବଳ ଅଛି କିନ୍ତୁ ସେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ସ୍ଥିର ରହିଛି । ଠିକ୍ ଭାବରେ ନିଶ୍ୱାସପ୍ରଶ୍ୱାସ ନେଉଥିବାର ସମସ୍ତ ପ୍ରମାଣ ଡାକ୍ତରୀ ଟିମ୍ ପାଉଛନ୍ତି ।

ରାହୁଲର ଏହି ଉଦ୍ଧାର କାର୍ଯ୍ୟ ଦେଖିବା ପାଇଁ ଆଖପାଖ ଅଂଚଳର ଲୋକେ ଏକାଠି ହୋଇଛନ୍ତି । ଏବଂ ଆଶା ରଖିଛନ୍ତି ରାହୁଲ ଭଲ ଭାବରେ ଫେରିଆସିବ । ଅବଶ୍ୟ ପୂର୍ବରୁ ରାହୁଲ ଖାଇବାକୁ ହାତ ବଢାଉ ଥିଲା ଏବେ କିନ୍ତୁ ବଢାଇ ପାରୁନାହିଁ । ବୋଧ ହୁଏ ଟିକିଏ ଥକି ଯାଇଛି ଏବଂ ଶରୀର ବି ଟିକିଏ କ୍ଲାନ୍ତ ଅନୁଭବ କରୁଛି । ତା’ ପାଖରେ ଖାଇବା ପଠାଯାଉଛି । ଏବଂ ସେ ଯେଉଁ ମୁହୂର୍ତରେ ଚାହିଁବ ଖାଇ ପାରିବ ।

ବଡ କଥା ହେଲା, ରାହୁଲ ବୁଝି ପାରୁଛି ଯେ, ତା’ ପାଇଁ ଏକ ଅପରେସନ୍ ଚାଲିଛି । ବୋଧ ହୁଏ ସେ ଜାଣି ନଥିବ ଏଭଳି ଅପରେସନ୍ ପୂର୍ବରୁ କେବେ ଦେଖିବାକୁ ମିଳୁନଥିଲା । ସେ ଜାଣି ନଥିବ ଯେ, ସାରା ଦେଶ ତା’ପାଇଁ ପ୍ରାର୍ଥନା କରୁଛି । ଛତିଶଗଡରୁ ବିଷ୍ଣୁ ପ୍ରସାଦ