ବିଦେଶୀ ପତ୍ନୀକୁ ନେଇ ପୁଣି ଚର୍ଚ୍ଚାରେ ରାହୁଲ ମହାଜନ : ଶ୍ୱେତା ଓ ଡିମ୍ପିଙ୍କ ପରେ କଲେ ତୃତୀୟ ବିବାହ  

ଟିଭି ରିଅଲିଟି ସୋରେ ଡିମ୍ପିଙ୍କୁ ବିବାହ କରି ସାରା ଦେଶରେ ଚର୍ଚ୍ଚିତ ହୋଇଥିଲେ ରାହୁଲ

307

ତୃତୀୟ ବିବାହ ପାଇଁ ପୁଣି ଚର୍ଚ୍ଚାକୁ ଆସିଛନ୍ତି ରାହୁଲ ମହାଜାନ । ଏଥର ବିଦେଶୀ ପତ୍ନୀଙ୍କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରମୋଦ ମହାଜନଙ୍କ ପୁଅ ରାହୁଲ ମହାଜନ । ୪୩ ବର୍ଷ ବୟସରେ ୨୫ ବର୍ଷର ଜଣେ ମଡେଲଙ୍କୁ ଗତ ୨୦ ତାରିଖରେ ବିବାହ କରିଛନ୍ତି ରାହୁଲ । ପ୍ରଥମ ପତ୍ନୀ ଶ୍ୱେତା ସିଂ ଓ ଦ୍ୱିତୀୟ ପତ୍ନୀ ଡିମ୍ପି ଗାଙ୍ଗୁଲିଙ୍କ ଛାଡପତ୍ର ଦେବା ପରେ ପୁଣି କାଜାଖସ୍ତାନର ମଡେଲ ନାଟାଲ୍ୟା ଇଲିନାଙ୍କୁ ବିବାହ କରିଛନ୍ତି ମହାଜନ୍ ।

୨୦୦୬ରେ ପ୍ରଥମେ ପାରମ୍ପରିକ ରୀତିରେ ଶ୍ୱେତା ସିଂଙ୍କୁ ବିହାହ କରିଥିଲେ ରାହୁଲ ମହାଜନ । ଏହାପରେ ତାଙ୍କୁ ଛାଡପତ୍ର ଦେଇ ପୁଣି ଏକ ଟିଭି ରିୟାଲିଟି ଶୋ ରେ ଡିମ୍ପି ଗାଙ୍ଗୁଲିଙ୍କ ହାତ ଧରିଥିଲେ । ଜାତୀୟ ଟେଲିଭିଜନ୍ ଚ୍ୟାନେଲରେ ପ୍ରସାରିତ ରିୟାଲିଟି ଶୋ ଦୁଲହନିଆ ଲେ ଯାଏଙ୍ଗେର ଡିମ୍ପିଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ରାହୁଲ ମହାଜନ୍ । ହେଲେ ୨୦୧୪ରେ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଥିଲା ।