ମାନହାନୀ ମାମଲାରେ ଗୁଜରାଟ କୋର୍ଟରେ ହାଜର ହୋଇପାରନ୍ତି ରାହୁଲ ଗାନ୍ଧି : ସାଧାରଣ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଦେଇଥିଲେ ବିବାଦୀୟ ମନ୍ତବ୍ୟ

121

କନକ ବ୍ୟୁରୋ : ଆଜି ବିଦେଶ ଗସ୍ତରୁ ଫେରିବେ ରାହୁଲ ଗାନ୍ଧୀ । ବିଦେଶରୁ ଫେରିବା ପରେ ମାନହାନୀ ମାମଲାରେ ରାହୁଲ ଆଜି ଗୁଜରାଟ ସୁରଟର ଏକ କୋର୍ଟରେ ହାଜର ହେବେ । ମୋଦି ଟାଇଟେଲ ମାନହାନୀ ମାମଲାରେ ଆଜି ରାହୁଲ ଗାନ୍ଧୀ କୋର୍ଟରେ ହାଜର ହେବେ । ତେବେ ବିମାନ ବନ୍ଦରରୁ ରାହୁଲ ଗାନ୍ଧୀଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତା ଆୟୋଜନ କରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ସମୟରେ ବିବାଦୀୟ ବୟାନ ଦେଇଥିଲେ ରାହୁଲ ଗାନ୍ଧୀ । 

ସେ କହିଥିଲେ ଯେ, ସବୁ ଚୋରଙ୍କ ଟାଇଟେଲ କାହିଁକି ମୋଦି ଥାଏ । ଏହି ମାମଲାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଜଣେ ବିଜେପି ବିଧାୟକ ଅପରାଧିକ ମାନହାନୀ ମାମଲା ରୁଜୁ କରିଥିଲେ  । ସୁରଟ ପଶ୍ଚିମ ଆସନରୁ ବିଧାୟକ ଥିବା ପୂର୍ଣ୍ଣେଶ ମୋଦି ନିଜ ଅଭିଯୋଗରେ ଦର୍ଶାଇଥିଲେ ଯେ, ରାହୁଲ ଗାନ୍ଧୀ ସମ୍ପୂର୍ଣ୍ଣ ମୋଦି ସମୁଦାୟକୁ ବଦନାମ କରିଛନ୍ତି ।