ପାଟଣା ଜନସଭାରେ ମୋଦିଙ୍କ କୃଷକ ଯୋଜନାକୁ ରାହୁଲଙ୍କ ସମାଲୋଚନା ! କହିଲେ କ୍ଷମତାକୁ ଆସିଲେ ସାରା ଦେଶରେ କୃଷି ଋଣ ଛାଡ କରିବ କଂଗ୍ରେସ ।

147

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତାଙ୍କ ପ୍ରତିଶ୍ରୁତି ବର୍ଷା ଆରମ୍ଭ ହୋଇଛି । ବେସିକ ଇନକମ୍ ପରେ ଦେଶର ସମସ୍ତ ଚାଷୀଙ୍କ ରୁଣ ଛାଡ ଘୋଷଣା କରିଛି କଂଗ୍ରେସ । ଆଜି ବିହାରର ପାଟନାରେ ଜନ ଆକାଂକ୍ଷା ରାଲିରେ ଏହି ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ । ରାଲିରେ ରାହୁଲ କହିଛନ୍ତି, କେନ୍ଦ୍ରରେ କଂଗ୍ରେସ ଶାସନକୁ ଆସିଲେ ଦେଶର ସବୁ ଚାଷୀଙ୍କ ରୁଣ ଛାଡ କରାଯିବ । ଏଥିସହ ଦେଶର ସମସ୍ତ ଗରିବଙ୍କ ପାଇଁ ସର୍ବନିମ୍ନ ଆୟ ସୁନିଶ୍ଚିତ କରାଯିବ । ସମସ୍ତଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ଏକ ନିର୍ଦ୍ଧିଷ୍ଟ ପରିମାଣର ରାଶି ସରକାର ଜମା କରିବେ ବୋଲି ରାହୁଲ କହିଛନ୍ତି ।

ଏଥିସହ ମୋଦି ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ଅଧ୍ୟକ୍ଷ କହିଥିଲେ, ପୁଞ୍ଜିପତିଙ୍କୁ କୋଟି କୋଟି ଟଙ୍କା ଛାଡ କରାଯାଉଥିବା ବେଳେ ଚାଷୀଙ୍କ ପରିବାରକୁ ମାତ୍ର ୧୭ ଟଙ୍କା ମିଳୁଛି । ତେବେ ଚାଷୀଙ୍କୁ ପ୍ରସଙ୍ଗ କରି ତିନୋଟି ବଡ ରାଜ୍ୟ ନିଜ ଅକ୍ତିଆରକୁ ନେଇଥିଲା କଂଗ୍ରେସ । ଆଉ ନିର୍ବାଚନ ଯେତେ ପାଖେଇ ପାଖେଇ ଯାଉଛି, ପ୍ରତିଶ୍ରୁତିର ବର୍ଷା କରୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।